ବୋଲଗଡ଼,୦୮/୧୦(ପିପିଟି): ସରକାରୀ ନିର୍ଦ୍ଦେଶ କ୍ରମେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆଜି ଦୁଇଟି ସ୍ଥାନରେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ୟୂ.ଏ.ଏସ.(ଏକକ ସ୍ୱୟଂ କ୍ରିୟ ପଦ୍ଧତି ଦ୍ଵାରା ଉପସ୍ଥାନ ଆଦି) ବିଷୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି।ବାଙ୍କୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ତାଲିମ ଶିବିର ରେ ୯ଟି କ୍ଲଷ୍ଟର ର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଯୋଗଦେଇ ଉଦଘାଟନ କରିଥିଲେ।ବାଙ୍କୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ଦଳାଇ ଯୋଗ ଦେଇ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ପ୍ରଶିକ୍ଷକ ରୂପେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ।ସାଧନ କେନ୍ଦ୍ର ସଂଯୋଜକ ରବିନ୍ଦ୍ର କୁମାର ବେହେରା ଆଦି ସମସ୍ତେ ସହଯୋଗ କରିଥିଲେ। ସେହିପରି ବୋଲଗଡ଼ ସ୍ଥିତ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ଅତିରିକ୍ତ ସହଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମିତା ମିଶ୍ର ଯୋଗଦାନ କରି ଉଦ୍ ଘାଟନ କରିଥିଲେ। ପ୍ରଶିକ୍ଷକ ରୂପେ ସାଧନ କେନ୍ଦ୍ର ସଂଯୋଜକ ବିଭୁ ପ୍ରସାଦ ମହାପାତ୍ର ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ।ବବ୍ରୁବାହନ ବେହେରା ସହଯୋଗ କରିଥିଲେ।୯୬ଜଣ ପ୍ରଶିକ୍ଷାର୍ଥୀ ତାଲିମ ଗ୍ରହଣ କରିଥିଲେ। ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପୀତବାସ ଲେଙ୍କା ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରି ସରକାରୀ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଉପଦେଶ ଦେଇଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।