ବେଲଗୁଣ୍ଠା 30/8 : ପ୍ରତିବର୍ଷ ପରି ଭାଦ୍ରବ ମାସ ରେ ହୋଇଥିବା ଗ୍ରାମ ଶାନ୍ତି ହୋମ ଗ୍ରାମ ସଭାପତି ରାମକୃଷ୍ଣ ପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କର୍ତ୍ତା ରୂପେ ଅବସରପ୍ରାପ୍ତ ସଂସୃତ ଶିକ୍ଷକ ପଣ୍ଡିତ ସୁରେନ୍ଦ୍ର ପାତ୍ର ଓ ତାଙ୍କର ଧର୍ମପତ୍ନୀ ସୁମତି ପାତ୍ର ଯୋଗଦେଇଥିଲେ । ପୁରୋହିତ ନାରାୟଣ ହୋତା, ତପନ କୁମାର ଶତପଥି, ଅଶୋକ କୁମାର ଶତପଥି, ଅଶୋକ କୁମାର ରଥ, ସତ୍ୟ ନାରାୟଣ ତ୍ରିପାଠୀ, ଅଜିତ କୁମାର ଶତପଥି ଓ କାହ୍ନୁ ଚରଣ ହୋତା ଉପସ୍ଥିତ ରହି ଶ୍ରୀଜଗନ୍ନାଥ ମନ୍ଦିର, ଗ୍ରାମ ଦେବୀ ଠାକୁରାଣୀ ମନ୍ଦିର ରେ ହୋମ ଯଜ୍ଞ କରିଥିଲେ । ପୂଜକ ରାମ ଚଦ୍ର ପାତ୍ର, ସୁରେନ୍ଦ୍ର ବିଷୋୟୀ, ସଞ୍ଜୟ ପାଣିଗ୍ରାହୀ, ଜଗନ୍ନାଥ ଚୌଧୁରୀ, ପବିତ୍ର ପାଣିଗ୍ରାହୀ ପୂଜା କାମରେ ସହଯୋଗ କରିଥିଲେ । ଅଧିକାରୀ ରାମ ଚନ୍ଦ୍ର ପାତ୍ର, ରାଧା ସ୍ୱାମୀ ରାଜୁ, ପ୍ରଦ୍ୟୁମ୍ନ ପାତ୍ର, ବିଭୁ ପାଦ ଜେନା, ଶ୍ରୀନିବାସ ସାହୁ, ଦୟାନିଧି ମହାନ୍ତି ଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।
ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା