ଗୋବରା ରେ ଆରମ୍ଭ ହେଲା କୋଭିଡ-୧୯ନମୁନା ସଂଗ୍ରହ କେନ୍ଦ୍ର ।

ବେଲଗୁଣ୍ଠା,୨୬/୦୭(ପିପିଟି);ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଆଜି କୋଭିଡ ୧୯ ନମୁନା ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି ।ଏହି କେନ୍ଦ୍ରକୁ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଉଦ୍‌ଘାଟନ କରିଥିଲେ । ଆଜି ପ୍ରଥମ ଦିନରେ ୯ ଜଣଙ୍କ ରାପିଡ଼ ଅଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଗାଙ୍ଗପୁରରୁ ଜଣେ,ବାସିଦେବପୁର ରୁ ଜଣେ ଗୋବରାରୁ ୨ଜଣ,କ୍ଷତ୍ରିୟ ବରପୁର ରୁ ୩ ଜଣ ଓ ବେଣିପଲ୍ଲୀରୁ ୨ ଜଣଙ୍କ ପରୀକ୍ଷା କରାଯାଇଥିଲା। ପୂର୍ବରୁ ବେଲଗୁଣ୍ଠା ଠାରେ ସ୍ଵାବ ଓ ଅଣ୍ଟିଜେନ ଟେଷ୍ଟ ଓ ସ୍ଵାବ ସଂଗ୍ରହ କେନ୍ଦ୍ର ଖୋଲା ଯାଇଥିବା ବେଳେ ବେଲଗୁଣ୍ଠା ବ୍ଲକର ୧୧ ଟି ପଞ୍ଚାୟତ ଖଇରପୁଟି, ଗାଙ୍ଗପୁର, ପାଇଲିପାଡା,ଶାସନ, କ୍ଷତ୍ରିୟ ବରପୁର, ଗୋବରା, ବଡବୋର ସିଂ, ବେଣିପଲ୍ଲୀ, ବଡପଡା,ନଟେଙ୍ଗା ଓ ଇଙ୍ଗିନାଠିର ଜନସାଧାରଣଙ୍କୁ ବେଲଗୁଣ୍ଠା ଯିବା ପାଇଁ ହେଲେ ୨୦ ରୁ ୪୦ କିଲୋମିଟର ଯିବାକୁ ପଡୁଥିଲା। ଯାହା ଦ୍ଵାରା ଅଧିକ ପରୀକ୍ଷା ହୋଇପାରୁନଥିଲା ।ଏହାକୁ ଦୃଷ୍ଟି ରେ ରଖି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ରଙ୍କ ଉଦ୍ୟମ ଯୋଗୁଁ ଆଜି ନମୁନା ସଂଗ୍ରହ କେନ୍ଦ୍ର ଖୋଲା ଯାଇଥିବାରୁ ଅଞ୍ଚଳ ବାସୀ ଶ୍ରୀ ମହାପାତ୍ରଙ୍କୁ ସାଧୁବାଦ ଜଣାଇଛନ୍ତି ।ଆଜିର ଏହି କାର୍ଯକ୍ରାମ ରେ ବେଲଗୁଣ୍ଠା ବି.ଡି.ଓ ଶଶିଭୂଷଣ ମହାପାତ୍ର ଗୋବରା ମେଡିକାଲ ଅଫିସର ଡାଃ ବାଲୁଙ୍କେଶ୍ଵର ଷଢଙ୍ଗି ,ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଗୋବରା ସରପଞ୍ଚ ଇନ୍ଦିରା ବାଇ ରାଜୁ,କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ,ସରପଞ୍ଚ ପ୍ରତିନିଧି ରାଧାସ୍ଵାମୀ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ନମୁନା ସଂଗ୍ରହ କେନ୍ଦ୍ର ଖୋଲିବା ପରେ ୧୧ ଟି ପଞ୍ଚାୟତ ବାସୀ ବେଲଗୁଣ୍ଠା ନ ଯାଇ ଏଠାରେ ପରୀକ୍ଷା କରାଇପାରିବେ ବୋଲି ଆୟୁଷ ଡାକ୍ତର ତଥା ନୋଡାଲ ଅଫିସର ଡାଃ ସରୋଜ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ରିପୋର୍ଟ – ଶିବରାମ ଚୌଧୁରୀ ।

Comments (0)
Add Comment