ଗୋପାଳପୁର-ସମ୍ବଲପୁର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଦାବୀକଲେ ଆସିକା ସାଂସଦ ।

ପୋଲସରା,୨୫/୦୭(ପିପିଟି):ଚଳିତ ଲୋକସଭା ଆସିବେଶନ ଅବସରରେ ଗୋପାଳପୁର- ସମ୍ବଲପୁର ରେଳପଥ ନିର୍ମାଣକାର୍ଯ୍ୟ ତ୍ୱରାନ୍ୱିତ କରିବାପାଇଁ ଦାବୀ ଉପସ୍ଥାପନ କରିଛନ୍ତି ଆସିକା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ |ସୂଚନାଯୋଗ୍ୟଯେ, ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶାକୁ ସଂଯୋଗ କରିବାକୁ ଥିବା ଦୀର୍ଘଦିନର ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ଫାଇନାଲ ଲୋକେସନ ସର୍ଭେ ଏବଂ ଜମି ଚିହ୍ନଟ ସାରିଥିଲେ ମଧ୍ୟ୍ୟ କିଛି ଅନୁସଙ୍ଗିକ କାରଣ ପାଇଁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି |ସେ ସବୁର ସମାଧାନ କରି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ସାଂସଦ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ |ଏହା ସହିତ ଶ୍ରୀମତୀ ପଟ୍ଟନାୟକ ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ଖଲ୍ଲିକୋଟ ଠାରେ ବେଙ୍ଗାଲୁର ଏବଂ ସାଲିମାର ଏକ୍ସପ୍ରେସ ଟ୍ରେନର ରହଣି ବ୍ୟବସ୍ଥା କରିବାପାଇଁ ଅନୁରୋଧ କରିଛନ୍ତି |

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment