ଗୋପାଳପୁର ବେଳାଭୂମି ମହୋତ୍ସବ ୪ର୍ଥ ଦିନରେ ଅରମାନ ମଲ୍ଲିକ ମୁଖ୍ଯ ଆକର୍ଷଣ।

ଗୋପାଳପୁର,୨୭/୧୨(ପିପିଟି):ଗୋପାଳପୁର ଠାରେ ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୨ କାର୍ଯ୍ୟକ୍ରମର ଚତୁର୍ଥ ଦିନ।ଆଜିର କାର୍ଯ୍ୟକ୍ରମର ଅତିଥିଭାବରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ,ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଏମସି ମେୟର ସଂଘମିତ୍ରା ଦଳେଇ,ଜିଲ୍ଲାପାଳ ଦିବ୍ଯଜ୍ଯୋତି ପରିଡା, ବ୍ରହ୍ମପୁର ଏସପି ଯୋଗ ଥିଲେ । ଆଜିର ସଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ, ସମ୍ବଲପୁରୀ,ଆଧୁନିକ, ସେମି କ୍ଲାସିକାଲ, ହିପ୍ ପପ ଡେନ୍ସ, କୁଚିପୁଡି ନୃତ୍ଯ,ପୁରୁଲିଆ ଛଉ ନୃତ୍ୟ ପ୍ରଦର୍ଶନ ହୋଇଥିଲା। ବିଶେଷ ଆକର୍ଷଣ ଥିଲା ଅରମାନ ମଲ୍ଲିକଙ୍କ କାର୍ଯ୍ୟକ୍ରମ।

Comments (0)
Add Comment