ଗୋପାଳପୁର ବିଧାନସଭା ନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ ମଇଦାନରେ ।

ବ୍ରହ୍ମପୁର,୨୯/୦୪(ପିପିଟି):ଗୋପାଳପୁର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ଯାହାର ଶେଷ ହେବା ପରେ ନିର୍ବାଚନ ମଇଦାନରେ ୧୦ ପ୍ରାର୍ଥୀ ରହିଛନ୍ତି। ପି.ନୀଳକଣ୍ଠ ରେଡୀ ଆପ୍,ବିକ୍ରମ କୁମାର ପଣ୍ଡା ବିଜେଡି, ଶ୍ଯାମ ସୁନ୍ଦର ସାହୁ କଂଗ୍ରେସ, ବିଭୂତିଭୂଷଣ ଜେନା ବିଜେପି, ସନ୍ତୋଷ କୁମାର ଦାସ ବିଏସପି,ଏସ୍ କୁମାରୀ ମମତା ଫରୱାର୍ଡ ବ୍ଲକ,ପି ତୁଳସାୟା ରେଡୀ ଭାରତୀୟ ବିକାଶ ପରିଷଦ,ଶୁଭସ୍ମିତା ପାଣିଗ୍ରାହୀ ଏସୟୁସିଆଇ,ଡ.ଟି.ପଦ୍ମାୱତି ସ୍ଵାଧୀନ,ମନୋରଞ୍ଜନ ସାହୁ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ। ମେ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ଓ ବିଜେପି ମଧ୍ଯରେ କଡା ଟକ୍କର ହେବ। ବିଏସପି,ଫରୱାର୍ଡ ବ୍ଲକ, ଆପ୍ ଓ ସ୍ବାଧୀନ ପ୍ରାର୍ଥୀ ମାନେ ଭୋଟହାରକୁ ପ୍ରଭାବିତ କରିପାରନ୍ତି।

Comments (0)
Add Comment