ଧର୍ମଶାଳା,୨୫/୦୭ (ପିପିଟି) : ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଧର୍ମଶାଳା ଗୋପବନ୍ଧୁ ସେବାସଂଘ ପକ୍ଷରୁ ଜାରକା ଡଛକ ଫ୍ଲାଇଓଭର ବ୍ରିଜ୍ ତଳେ ସମାଜ କଲ୍ୟାଣ ନିମନ୍ତେ ଉନ୍ନତ ମାନର ଆମ୍ବଚାରା ଜନସାଧାରଣଙ୍କୁ ବଂଟନ କରାଯାଇଛି । ପଥିବୀରୁ ସହର ଓ ସଭ୍ୟତା ବଡିବ ଫଳରେ ସବୁଜ ବନାନୀ ଧିରେ ଧିରେ ଲୋପ ପାଇବାକୁ ବସିଛି । ଯାହା ଫଳରେ ସାରା ଅଂଚଳରେ ବାୟୁ ପ୍ରଦ୍ୟୁଷଣ ଦେଖାଦେଇଛି । ବାୟୁମଣ୍ଡଳର ପ୍ରଦ୍ୟୁଷଣ ରକ୍ଷାଲାଗି ଚାରା ରୋପଣ କରି ଗଛ ସୃଷ୍ଟି କରିବା ଲକ୍ଷ ନେଇ ସେବାସଂଘ ପକ୍ଷରୁ ଏଭଲି ପ୍ରୟାସ କରାଯାଇଥିବା ନେଇ କର୍ମକର୍ତାମାନେ ମତବ୍ୟକ୍ତ କରିଛନ୍ତି । ଏହି ସେବାମୂଳକ କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅବସରପ୍ରାପ୍ତ ପ୍ରଶାସନୀକ ଅଧିକାରୀ ଅକ୍ଷୟ କୁମାର ଜେନା,ସଂଯୋଜନାରେ ସଭାପତି ଅବସରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା.ବିଜୟ କୁମାର ଶତପଥୀ,ସମ୍ପାଦକ ତଥା କ୍ରୀଡ଼ାବିତ୍ ଶିକ୍ଷାବିତ୍ ପ୍ରବୋଧ କୁମାର ପାତ୍ର,ସହ ସମ୍ପାଦକ ଶିକ୍ଷାବିତ୍ ଗଣେଶ୍ୱର ବେହେରା, କୋଷାଧ୍ୟକ୍ଷ ଧରଣୀଧର ଦାଶ, ଇନରହୁଇଲ କ୍ଲବ୍ ଜାରକା ପୂର୍ବତନ ସଭାନେତ୍ରୀ ତଥା ସମାଜସେବୀକା ମିନତୀ ସାହୁ,ଇନରହୁଇଲ କଲବର ପୂର୍ବତନ ସଭାନେତ୍ରୀ ତଥା ଶିକ୍ଷା ସଂଯୋଜିକା ମାଧୁରୀ ଶତପଥୀ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ କାଦମ୍ବିନୀ ମିଶ୍ର, ରୋଟାରୀଆନ୍ ହରିହର ମିଶ୍ର,ଅବସରପ୍ରାପ୍ତ ଅଧ୍ୟକ୍ଷ ଅନନ୍ତ କିଶୋର ମହାନ୍ତି, ବଜ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ ଚନ୍ଦ୍ର ଚୋଲ୍,କୁଞ୍ଜବନ ବେହେରା,ବଟକୃଷ୍ଣ ସାହୁ,ସୁଶାନ୍ତ କୁମାର ସାହୁ,ସୁଦର୍ଶନ ନାୟକ ପ୍ରମୁଖ ଚାରା ବଂଟନରେ ସହାୟତା କରିଥିଲେ । ବଂଟନ କରାଯାଇଥିବା ଆମ୍ବ ଚାରା ମଧ୍ୟରେ ବାଇଗଣ ପଲେଇ,ତୋତା ପଲେଇ,କଲମୀ ପ୍ରଜାତିର ଚାରା ଯାହାକି ଦୁଇବର୍ଷରେ ଗଛରେ ଆମ୍ବଫଳ ଦେବ ବୋଲି ସଭାପତି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।