ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ।

ବେଗୁନିଆ,୧୨/୦୮(ପିପିଟି):ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ମୁତାବକ ବେଗୁନିଆ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରସରରେ ଚଳିତ ମାସ ୬ତାରିଖଠାରୁ ୧୨ତାରିଖ ଯାଏଁ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଉତ୍ସବର ଉଦଯାପନୀ ଦିବସରେ ମଙ୍ଗଳବାର ଦିନ ଡ. ହରି ପ୍ରସାଦ ଦାସ ମୁଖ୍ୟଅତିଥି, ସଂଘମିତ୍ରା ରଥ ମୁଖ୍ୟବକ୍ତା, ଶିବ କୁମାର ମୁନି,ଦୀନବନ୍ଧୁ ଦାସ, ସତ୍ୟନାରାୟଣ ସାମନ୍ତରାୟ, ଦେବାଶିଷ ସାହୁ ସମ୍ମାନିତ ଅତିଥିରୂପେ ଯୋଗଦାନ କରିଥିଲେ। ବିଦ୍ୟାଳୟର ଆଲୁମିନି ଉପସ୍ଥିତ ରହି ଉତ୍ସବଟି ଉପଭୋଗ କରିଥିଲେ । ସଂସ୍କୃତ ଭାଷାରେ ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତା ମଧ୍ୟରୁ ଶ୍ଳୋକରେ ଶିକ୍ଷୟିତ୍ରୀ ସସ୍ମିତା ସାହୁ, ରିସ୍ମାରାଣୀ ପାଇକରାୟ, ଗଳ୍ପ କଥନରେ ଆଶାମୁର୍ମୁ, ସୁନିତା ପୃଷ୍ଟି, ଅନୁବାଦରେ ଶୁଭଲକ୍ଷ୍ମୀ ସାହୁ, ମୋହିନୀ କାନ୍ତି ଦାସ, କବିତା ପଠନରେ ସୁରଜିତା ଦଳେଇ,ଶ୍ରୀକାନ୍ତ ପଣ୍ଡା,ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ରଚନା ଓ ହିମାଂଶୁ ଭୂଷଣ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ପରିବେଷିତ ନାଟକରେ ସୌମ୍ୟରଂଜନ ସାହୁ ଓ ପ୍ରଭାତ କୁମାର ନିଶଙ୍କ, ବକ୍ତୃତାରେ ସ୍ମୃତିସ୍ମିତା ବେହେରା ଓ ଅଜିତ କୁମାର ପୁରୀ ବିଚାରକ ରୂପେ କୃତୀ ପ୍ରତିଯୋଗୀ ଚୟନ କରିଥିଲେ।
ଉପରୋକ୍ତ ପ୍ରତିଯୋଗିତାରେ ଶ୍ରଦ୍ଧାଞ୍ଜଳି ସାହୁ, ପୂର୍ଣ୍ଣମ୍ରିତ ବଳିୟାରସିଂହ, ସ୍ମୃତିରଞ୍ଜନ ପଣ୍ଡା,ଶୁଭାଶିଷ ଭୁଜବଳ, ପ୍ରଦୀପ ବେହେରା ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ପରିଶେଷରେ ପୂର୍ବତନ ଛାତ୍ର ସରୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ବିରଞ୍ଚି ନାରାୟଣ ସାହୁ ଓ ବିଶ୍ୱରଞ୍ଜନ ପରିଡା ସହଯୋଗ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment