ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ବକ୍ତୃତା,ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା।

ବୋଲଗଡ,୦୫/୦୭ (ପିପିଟି) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଧିନସ୍ଥ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ବିଭାଗ,କନିଷ୍ଠ ବିଭାଗ ଓ ଉପ କନିଷ୍ଠ ବିଭାଗ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଯଥାକ୍ରମେ ବକ୍ତୃତା ,ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ବିଭାଗରେ ବିଚିତ୍ର କୁମାର ଘଡେଇ ଓ ଦିପ୍ତିରଞ୍ଜନ ଦାସ ,କନିଷ୍ଠ ବିଭାଗରେ ସ୍ମିତାସିନ୍ଧୁ ମହାପାତ୍ର ଓ ବିଭୁ ପ୍ରସାଦ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଏବଂ ଉପ କନିଷ୍ଠ ବିଭାଗରେ ନମିତା ସାହୁଙ୍କ ତତ୍ତ୍ଵାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ସହକାରୀ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ଓ କ୍ରୀଡ଼ା ଶିକ୍ଷକ ଅଂଶୁମାନ ଧଳ ବରିଷ୍ଠ ବିଭାଗରେ, ସହକାରୀ ଶିକ୍ଷକ ଶ୍ରୋତାଲିନୀ ସାହୁ ଓ ସୌଦାମିନୀ ପରିଡା କନିଷ୍ଠ ବିଭାଗରେ, ସହକାରୀ ଶିକ୍ଷକ ବିଶ୍ଵଜିତ ସରୋଜ କୁମାର ଓ ଶିକ୍ଷୟିତ୍ରୀ ସୌଦାମିନୀ ସୁବୁଦ୍ଧି ଯଥାକ୍ରମେ ଉପ କନିଷ୍ଠ ବିଭାଗରେ ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ବରିଷ୍ଠ ବିଭାଗରେ ସମ୍ପନ୍ନ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଦଶମ ଶ୍ରେଣୀର ଶୁଭଶ୍ରୀ ପଣ୍ଡା , ନବମ ଶ୍ରେଣୀର ଭବସ୍ମିତା ମଙ୍ଗରାଜ , ଦଶମ ଶ୍ରେଣୀର ଓମ ପ୍ରକାଶ ନାୟକ,କନିଷ୍ଠ ବିଭାଗରେ ସମ୍ପନ୍ନ ହୋଇଥିବା ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀର ଶୁଭଂକର ପୃଷ୍ଟି ,ବିଶ୍ଵଜିତ ଦେଓ ଓ ବିଷ୍ଣୁପ୍ରସାଦ ସାଥୁଆ ଓ ଉପ କନିଷ୍ଠ ବିଭାଗରେ ସମ୍ପନ୍ନ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଚତୁର୍ଥ ଶ୍ରେଣୀର ସୌମ୍ୟାଶ୍ରୀ ସେନାପତି, ପଞ୍ଚମ ଶ୍ରେଣୀର କ୍ଷୀରାବ୍ଧି ତନୟା ପ୍ରଧାନ ଓ ଜାଗୃତି ପ୍ରଭା ସାହୁ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସ୍ନେହଲତା ପାଇକରାୟ ,ଶିବ ପ୍ରଧାନ ଓ ସଂବିତ କେଦାର କର ସହଯୋଗ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment