ଗୋଡିଆଳି ପ୍ରାଥମିକ ବିଦ୍ୟାଳୟରେ କୋଭିଡ୍ ଟେଷ୍ଟ ।

ବୋଲଗଡ଼,ତା-୧୧/୧୦(ପିପିଟି); ସାଗରଗୁଆଁ ଗ୍ରାମ ପଞ୍ଚାୟତର ଅଧିନସ୍ଥ ଗୋଡିଆଳି ପ୍ରାଥମିକ ବିଦ୍ୟାଳୟରେ ରାଜ୍ଯ ସରକାରଙ୍କର ନିର୍ଦ୍ଦେଶ କ୍ରମେ କୋଭିଡ ଟେଷ୍ଟ ପ୍ରଥମ ଥର ପାଇଁ କାର୍ଯ୍ୟକ୍ରମ ସୁଚାରୁ ରୂପେ ସଂପାଦନ ହୋଇଅଛି। ସାଗର ଗୁଆଁ ଗ୍ରାମପଞ୍ଚାୟତର ସରପଞ୍ଚ ସୁବାଷ ଚନ୍ଦ୍ର ରାୟଗୁରୁ ଏବଂ ନୋଡାଲ ଅଫିସର ଅନିତା ସେନାପତିଙ୍କ ତତ୍ତ୍ଵାବଧାନରେ ଏବଂ ଗୋଡିଆଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁଣନିଧି ପାଇକରାୟ, ଅଙ୍ଗନୱାଡି କର୍ମୀ ନମିତା ପ୍ରଧାନ ଓ ଆଶାକର୍ମୀ ଶାନ୍ତିଲତା ଦେଇ ପୁର୍ଣ୍ଣ ସହଯୋଗରେ ମୋଟ୍ ୧୩୯ ଜଣଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା। ଯାହାକି ୧୮ଜଣଙ୍କର ସ୍ୱାବଟେଷ୍ଟ ଓ ୧୨୧ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା।

(ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)

Comments (0)
Add Comment