ଗୋଠୁଗୁଡା ପଞ୍ଚାୟତ ର ସନଦାଦର‌ ଗ୍ରାମ ରେ ହିତାଧିକାରୀ ମାନଙ୍କୁ କଟ୍ରୋଲ ଚାଉଳ,ଗହମ ଓ ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ।

ପଦ୍ମପୁର ,(ପିପିଟି ନ୍ଯୁଜ୍ତା)୦୪/୦୪-  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଝାରବନ୍ଦ  ବ୍ଳକ ଅନ୍ତର୍ଗତ ଗୋଠୁଗୁଡା ପଞ୍ଚାୟତ ସନଦାଦର ଗ୍ରାମ ରେ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ, ଗହମ ଓ ବର୍ତ୍ତମାନ ସାରା ବିଶ୍ବରେ କରୋନା ଭାଇରସ ର ଲକ୍ ଡାଉନ୍ ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଯୋଜନା କରିଥିବା ରାସନ କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରତି ପରିବାରକୁ ପ୍ରଦାନ କରାଯାଇଥିଲା ।ସାମାଜିକ  ଦୂରତା ଏକ ମିଟର ବ୍ୟବଧାନରେ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା ।ଏଥିରେ ସରପଞ୍ଚ ଶ୍ରୀମତୀ ଚମ୍ପାବାଇ ନାଏକ, କାର୍ଯ୍ୟ ନିର୍ବାହ ଅଧିକାରୀ  ଚମ୍ପୁଲାଲ ଲୁହାର ,ଯୋଗାଣ ସହାୟକ ଅରୁଣ କୁମାର ପଟେଲ , ଗ୍ରାମ ରୋଜଗାର ସେବକ  ଜୟନ୍ତ କୁମାର ଭୋଇ , ଗ୍ରାମ ପଞ୍ଚାୟତ ପିଅନ ଯୋଗେନ୍ଦ୍ର ସାହୁ  ପ୍ରମୁଖ ବଣ୍ଟନ କରିଥିବା ବେଳେ  ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞନ ପ୍ରଧାନ ଝାରବନ୍ଧ ବିଡିଓ ରୁନୁ ଲାକ୍ରା ,ଝାରବନ୍ଦ ଯୋଗାଣ ଅଧିକାରୀ ବିରେନ୍ଦ୍ର ସୁରେନ ପ୍ରମୁଖ ପହଞ୍ଚି ହିତାଧିକାରୀ ଠିକ୍ ଭାବରେ ପାଉଛନ୍ତି କି ସାମାଜିକ ଦୂରତା ବ୍ୟବଧାନ ପାଳନ କରାଯାଇଥିବା ସମିକ୍ଷା କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ

Comments (0)
Add Comment