ଗୋଟିଏ ମାସର ଦରମା ଦାନ କଲେ ପ୍ରଧାନ ଶିକ୍ଷୟତ୍ରୀ ।

ଭଞ୍ଜନଗର,(ପିପିଟି ନ୍ଯୁଜ୍)୦୪/୦୬,କରୋନାର ମୁକାବିଲା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଜନସଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହା ଏବେ ସମସ୍ତଙ୍କର ଚିନ୍ତା ବଢ଼ାଇଛି । ଏଥି ନିମନ୍ତେ ବହୁ ନୂତନ ମେଡିକାଲ ଖୋଲିବା ଓ ଅତ୍ୟାଧୁନିକ ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।ଏଥିପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ବହୁ ସଙ୍ଗଠନ, ବଦାନ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗର କର୍ମଚାରୀ ମାନେ ନିଜର ଅକୁଣ୍ଠ ସାହାଯ୍ୟ ଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ ଫଣ୍ଡକୁ ମଜବୁତ କରି ଦେଶର ଏହି ବିପତ୍ତି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି। ସେହିପରି ଆଜି ଭଞ୍ଜନଗର ସହରର ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ମହାପାତ୍ର ଙ୍କ ଧର୍ମପତ୍ନୀ ତଥା ବେଳଗୁଣ୍ଠା ବ୍ଲକ ପାଟୁଳି ସାହି ପି.ୟୁ.ପି.ଏସ ର ପ୍ରଧାନ ଶିକ୍ଷୟତ୍ରୀ ଉଷା ରାଣୀ ପାଠୀ ନିଜର ଏକ ମାସର ଦରମା ବାବଦରେ ୩୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି।ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ସାକ୍ଷାତ କରି ଶ୍ରୀମତୀ ପାଠୀ ଏହି ଚେକ ପ୍ରଦାନ କରିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment