ଗୋଟିଏ ଜାଗାରେ ଦୁଇଟି ଦୁର୍ଘଟଣା, ଦୁଇ ମୃତ ।

କୋଦଳା,୧୦/୧୦(ପିପିଟି):ଗୋଟିଏ ଦିନରେ ଦୁଇଟି ଦୁର୍ଘଟଣା !ସକାଳୁ ସକାଳୁ କୋଦଳା ଭୁବନେଶ୍ୱର ମୁଖ୍ୟ ରାସ୍ତାର ଭାଟପଡା ଛକ ଠାରେ ଭାଟପଡା ଗ୍ରାମର ଜଣେ ବୃଦ୍ଧ ସାଇକଲ ନେଇ କୌଣସି କାର୍ଯ୍ୟ ରେ ବାହାରକୁ ଯାଇ ଗ୍ରାମକୁ ଫେରୁଥିବା ସମୟରେ କୌଣସି ଏକ ଅଜଣା ଗାଡି ବୃଦ୍ଧଙ୍କ ସାଇକେଲକୁ ଧକ୍କାଦେଇ ବୃଦ୍ଧଙ୍କ ମୁଣ୍ଡ ଉପରେ ଚକା ଚଢାଇ ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରେ ଲୋକମାନେ ରୁଣ୍ଡ ହୋଇ ପୋଲିସକୁ ଫୋନ କରିଥିଲେ ।କୋଦଳା ପୁଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ପୁଣି ସେହି ଜାଗା ନିକଟ ରେ ଅପରାହ୍ନ ସମୟରେ ଗୋଟିଏ କାର ଯାହାର ନମ୍ବର OD19A0968 ଦ୍ରୁତ ଗତିରେ ଯାଇ କଞ୍ଚଣା ଅଭିମୁଖେ ଯାଉଥିବା ମଲ୍ଲିକେଶ୍ୱର ଗ୍ରାମର ଯୁଝିଆ ରାଉତଙ୍କୁ ଧକ୍କା ଦେଇ ଅନ୍ୟ ଏକ ପାସେଞ୍ଜର ଅଟୋକୁ ଧକ୍କା ଦେଇଥିଲା ଯାହା ଫଳରେ ଯୁଝିଆ ବହୁ ଦୁରକୁ ଛିଟିକି ପଡିଥିବା ବେଳେ ଅଟୋ ଟି ଏକ ଵିଲ ମଧ୍ୟକୁ ପଶିଯାଇଥିଲା । ଖବର ପାଇ କୋଦଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁଝିଆକୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କାର ଏବଂ ଅଟୋକୁ ଥାନାକୁ ଅଣାଯାଇଥିବା ବେଳେ କାର ଡ୍ରାଇଭର ଫେରାର ଅଛି । ଗାଡିଟି ଛତ୍ରପୁର ଥାନା ଅଞ୍ଚଳର ହୋଇଥିବାରୁ ଛତ୍ରପୁର ପୁଲିସର ସହଯୋଗ ଲୋଡ଼ାଯାଇଛି ବୋଲି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment