ଗୋଚାଲାଣ ହେଉଥିବା ବେଳେ ପୋଲିସର ଚଢ଼ାଉ; ଟ୍ରକ୍ ସହ ୨୩ ଗାଈ ଉଦ୍ଧାର ; ସୋରଡ଼ା ଗୋଶାଳାରେ ଗାଈଙ୍କୁ ଥଇଥାନ ।

ବେଲଗୁଣ୍ଠା,୦୮/୧୧(ପିପିଟି):ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ଗ୍ରାମରୁ ଏକ ଟ୍ରକ୍ ଆନ୍ଧ୍ର ପ୍ରଦେଶ ଯାଉଥିବାର ଖବର ପୋଲିସ୍ ପାଖରେ ପହଞ୍ଚିଥିଲା । ଏହି ଗାଡ଼ିରେ ଗୋଚାଲାଣ ହେଉଥିବା ଖବର ମିଳିବା ପରେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ସଦଳବଳେ ଗାଡ଼ି ଉପରେ ଚଢ଼ାଉ କରିଥିଲେ । ଚଢାଉବେଳେ ଆନ୍ଧ୍ରର ଏହି ଗାଡିଟି ଆନ୍ଧ୍ର ଯାଉଥିବା ବେଳେ ଡ଼୍ରାଇଭର ଏବଂ ଦୁଇ ହେଲ୍ପର୍ ସହ ଉଢୁରା ଗ୍ରାମର ଗଗନ ନାଇକକୁ ପୋଲିସ୍ ଗିରଫ କରିଛି । ଏହା ସହିତ ଗାଡିରେ ଥିବା ୨୩ ଗାଈଙ୍କୁ ଉଦ୍ଧାର କରି ତର୍ଜ୍ଜମା କରିବା ପରେ ଗାଈ ମାନଙ୍କୁ ସୋରଡ଼ା ଗୋଶାଳାକୁ ପଠାଇ ଦିଆ ଯାଇଛି । ଏନେଇ ୪୧୫/୨୪ଏକ ମାମଲା ରୁଜୁ କରି ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ଗୋଚାଲାଣ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ବେଳେ ଆଜି ଗୋଚାଲାଣକାରୀ ପୋଲିସ୍ ହାବୁଡରେ ପଡିବା ପରେ ଗୋଚାଲାଣ କରୁ୍ଥିବା ଅସାମାଜିକ ବ୍ୟକ୍ତି୍ ମାନେ ଭୟଭୀତ ହୋଇପଡ଼ିଛନ୍ତି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment