ଗୋଚାଲାଣ ବେଳେ ଅଟକ ।

ଟିଟିଲାଗଡ଼, ୦୯/୦୫: ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରୁ ନିୟମିତ ଭାବରେ ହଜାର ହଜାର ସଂଖ୍ୟାରେ ଗୋଚାଲାଣ ନେଇ ପ୍ରଶାସନ ଅଙ୍କୁଶ ଲଗାଇଛି । ଆଜି ଟିଟିଲାଗଡ଼ ବ୍ଲକ ସିହିନୀ ଦେଇ ଗୋଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ପ୍ରଶାସନ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଶ୍ରୀରାମ ଗୋସେବା ସମିତି, ସ୍ଥାନୀୟ ଗ୍ରାମବାସୀ ଅଟକ ରଖିଛନ୍ତି । ପ୍ରଶାସନ ପକ୍ଷରୁ ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି । ସୂଚନା ଯେ ପ୍ରତ୍ୟେକ ଶନିବାର ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଗାଈଗୋରୁଙ୍କୁ ଚଳାଇ ଚଳାଇ ଆନ୍ଧ୍ରପ୍ରଦେଶ ଅଞ୍ଚଳର ଏକ ନିର୍ଦିଷ୍ଟ ସହରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ସେଠାରେ ଗୋରୁଙ୍କୁ କାଟି ଗୋମାଂସ ଚାଲାଣ ହୋଇଥାଏ । ଏନେଇ ଗତ ଦୁଇ ଦିନ ତଳେ ଶ୍ରୀରାମ ଗୋସେବା ସମିତି ପକ୍ଷରୁ ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ତଥା ପ୍ରଶାସନକୁ ଅବଗତ କରିଥିଲେ । ଏନେଇ ଆଜି ପୁର୍ବ ପ୍ରସ୍ତୁତି କ୍ରମେ ଗୋରୁ ଚାଲାଣ ସମୟରେ ଅଟକ ରଖାଯାଇଛି ।

Comments (0)
Add Comment