ଗୋଚର ଜମି ଜବର ଦଖଲକାରୀଙ୍କ କବଳରେ !

କେନ୍ଦ୍ରାପଡ଼ା,ତା-୦୭/୧୦(ପିପିଟି): ଆଳି ଥାନା ପତ୍ରପୁର ଗ୍ରାମପଞ୍ଚାୟତ ରାହାସରପଡା ଗ୍ରାମର ରାସ୍ତା କଡରେ ଥିବା ସରକାରୀ ଗୋଚର ଜମିକୁ କିଛି ବ୍ୟକ୍ତି ଜବର ଦାଖଲକରି ବସବାସ କରି ଆସୁଅଛନ୍ତି । ରାଜ୍ୟ ସରକାରଙ୍କର “ଆମ ଗାଁ ଆମ ବିକାଶ “ଯୋଜନା ପ୍ରୟାସ ଜାରି ରହିଥିବାବେଳେ ରାହାସରପଡା ଗ୍ରାମ ରାସ୍ତା ସଂପ୍ରସାରଣ, ବୃକ୍ଷ ରୋପଣ କରାଇବାରେ ଜବର ଦାଖଲକାରୀ ବାଧକ ହୋଇଛନ୍ତି । ଗ୍ରାମବାସୀ ସମୂହ ଜବର ଦାଖଲ ଉଛେଦ ଦାବିରେ ସ୍ଥାନୀୟ ପ୍ରଶାସନ ଆଧିକାରୀ ତହସିଲଦାରଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରିଆସୁଛନ୍ତି । ଅନ୍ୟପକ୍ଷରେ ଜବର ଦାଖଲକାରୀ ତହସିଲଦାରଙ୍କ ଅଗୋଚରରେ ଆର.ଆଇଙ୍କୁ ହାତକରି ଅବରୋଧ କେଶ ମୁତାବକ ରାଜସ୍ବ ଦେୟ ପରିଶୋଧ କରି ବିଗତ ବର୍ଷର ପାଉତି ହାତେଇ ଜବର ଦଖଲ ନଛାଡ଼ିବାକୁ ଜିଦକରି, ଗ୍ରାମବାସୀଙ୍କ ବିରୋଧରେ ପାଲଟା ମିଥ୍ୟା ଅଭିଯୋଗ କରିଛନ୍ତି । ଜବର ଦଖଲକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏ ଘଟଣା ସଂପର୍କରେ ତହସିଲଦାରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ଯେ, ଗ୍ରାମବାସୀଙ୍କ ଅଭିଯୋଗ ପାଇଥିଲେହେଁ ମହାନାରୀ କରୋନା ସମସ୍ୟା ଯୋଗୁ ବିଳମ୍ବ ହୋଇଛି । ଖୁବ ଶୀଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିଶୃତି ରଖିଛନ୍ତି ।

Comments (0)
Add Comment