ଯାଜପୁର,୧୨/୧୧(ପିପିଟି):ଧର୍ମଶାଳା ବ୍ଲକର ପ୍ରାଚୀନ ଶୈବପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆବାହନ କାଳରୁ ଆକାଶ ଦୀପ ଉତ୍ତୋଳନ ପରମ୍ପରା ରହି ଆସିଛି । ଏହି କ୍ରମରେ ପୂଜକ ସୋମନାଥ ପାଢୀ ପ୍ରତ୍ୟକ ଦିନ ପ୍ରାତହଃରେ ଏକ କଳସରେ ଦୀପ ଲଗାଇ ବାଉଁଶ ଜରିଆରେ ଆକାଶ ଦୀପ ଉତ୍ତୋଳନ କରୁଛନ୍ତି । ଏହା କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶ୍ରୀ ପାଢୀ ସୂଚନା ଦେଇଛନ୍ତି ।