ବୌଦ୍ଧ,୨୦/୧୦(ପିପିଟି): ସମ୍ପ୍ରତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅନ୍ତର୍ଗତ ମହାଲିଙ୍ଗ ଠାରେ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କୁ ହତ୍ୟା ଘଟଣା ମା’କୁ ସମ୍ମାନ ଗାଁକୁ ସମ୍ମାନର ସ୍ଲୋଗାନ ଦେଉଥିବା ବିଜୁଜନତାଦଳର ଅସଲ ମୁଖାକୁ ପଦାରେ ପକେଇଦେବାସହ ଏହି ଘଟଣାରେ ସ୍ଥାନୀୟ ବିଧାୟକ ତଥା ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୁୄକ୍ତି ଜଳ ଜଳ ହୋଇ ଦିଶୁଛି । ନିଜକୁ ସ୍ବଛ ନିର୍ମଳ କହୁଥିବା ନବୀନ ସରକାର ର ହାତ ମଧ୍ୟ ଅତୀତରେ ଅନେକ ମହିଳାଙ୍କ ଅତ୍ୟାଚାର ନିର୍ଯ୍ୟାତନା ର ରକ୍ତରେ ରଙ୍ଗିତ । ଏଣୁ ତୁରନ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ଏବଂ ଘଟଣାର ନିରପେକ୍ଷ ତଦନ୍ତ ନିମିତ୍ତ ତୁରନ୍ତ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଦାବୀରେ ଅଖିଳ ଭାରତ ଯୁବସଂଘ ଏଆଇଓ୍ବାଇଏଫ୍ ବୌଦ୍ଧ ଜିଲ୍ଲା କମିଟି ପକ୍ଷରୁ ଆଜି ଜିଲ୍ଲା ସଭାପତି ସୁଧାଂଶୁ ପ୍ରଧାନ ଜିଲ୍ଲା ସମ୍ପାଦକ ପ୍ରଦୀପ ବେହେରାଙ୍କ ନେତୃତ୍ବରେ ବୌଦ୍ଧ ବସ ଷ୍ଟାଣ୍ଡଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଦିବ୍ୟଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସମ୍ପାଦକ ଅବକାଶ ସାହୁ, ହିରଣ୍ୟ ଦ୍ବିପ ,ରଞ୍ଜନ ରଣବିଡା,ଦିଲ୍ଲିପ କୁମାର ସାହୁ, ତପନ ବେହେରା , ନିରାକାର ପ୍ରଧାନ ,ପ୍ରଦୀପ କୁ.ସାହୁ , ଗଗନ ରଣା ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ସଭ୍ୟ ଯୋଗଦାନ କରିଥିଲେ ।