ବ୍ରହ୍ମପୁର,୦୬/୧୨(ପିପିଟି):ଛତ୍ରପୁର ରିଜର୍ଭ ପୋଲିସ ପଡିଆ ଠାରେ ଗୃହରକ୍ଷୀ ବାହିନୀର ୫୯ ତମ ପ୍ରତିଷ୍ଠା ଦିବସ ଜିଲ୍ଲା ଗୃହରକ୍ଷୀ ବାହିନୀ ସଂସ୍ଥା ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନୁଷ୍ଠିତ ପ୍ୟାରେଡ୍ରେ ଅଭିଭାବଦନ ଗ୍ରହଣ କରିଥିଲେ । ନିଷ୍ଠାପର ସେବା ଦ୍ୱାରା ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ସର୍ବଦା ପ୍ରଂଶସାର ପାତ୍ର ହେବାକୁ ଗୃହରକ୍ଷୀ ମାନଙ୍କୁ ଏସପି ଶ୍ରୀ ଆହ୍ୱାନ ଦେଇଥିଲେ ।ଗୃହରକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ମରୁଡି ଠାରୁ ଆରମ୍ଭ କରି ଆଇନ୍ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ ସମ୍ପାଦକ କରିଆସୁଛନ୍ତି । ଏସପି ଆହୁରି କହିଥିଲେ ଯେ କରୋନା ମହାମାରୀ ସମୟରେ ଗୃହରକ୍ଷୀ ମାନେ ନିଜ ଜୀବନକୁ ପାଣି ଛଡାଇ ଜନସାଧାରଣଙ୍କର ସେବା କରିଆସିଛନ୍ତି । ଏହିଅବସରରେ ଉଲ୍ୟେଖନୀୟ କାର୍ଯ୍ୟ କରିଥିବା ଛତ୍ରପୁର ପୁଲିସ ସବଡିଭିଜନର ୧୨ , ଭଞ୍ଜନଗର ପୁଲିସ ସବଡିଭିଜନ ର ୧୧ ଜଣ, ପୁରୁଷୋତ୍ତମପୁର ପୁଲିସ ସବ ଡିଭିଜନର ୮ ଜଣ ଓ ଆସିକା ପୁଲିସ ସବ ଡିଭିଜନର ୧୪ ଜଣ ଗୃହ ରକ୍ଷୀଙ୍କୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର , ବିଜୟ କୁମାର ମଲ୍ଲିକ ଓ ରମେଶ ଚନ୍ଦ୍ର ସେଠୀ, ଡ଼ିଏସପି ସୀମା ସ୍ୱାଇଁ , ଛତ୍ରପୁର ଏସଡିପିଓ ଗୌତମ କିଷାନ , ଡିଏସପି ଏସ. ପ୍ରଧାନ , ଅଜୟ ମିଶ୍ର ଓ ମମତା ନାୟକ , ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି , ସର୍ଜେଣ୍ଟ ସଞ୍ଜୟ କୁମାର ବାରିକ , ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ , ଏ ରାବଣା ରାଓ,ଗଞ୍ଜାମ ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘ ର ସଭାପତି ଅଭିମନ୍ୟୁ ଜାଲି , ସମ୍ପାଦକ ସୁବାସ ସେଠୀଙ୍କ ସମେତ ପୁଲିସ ଅଧିକାରୀ ଓ ଗୃହ ରକ୍ଷୀ ବାହିନୀ ମାନେ ଉପସ୍ଥିତ ଥିଲେ । ଗୃହ ରକ୍ଷୀ ବାହିନୀ ର କମ୍ପାନୀ କମାଣ୍ଡେଣ୍ଟ ଏସ୍.ପର୍ଶୁରାମ ରେଡ୍ଡୀ ପ୍ୟାରେଡ ପରିଚାଳନା କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )