ବେଲଗୁଣ୍ଠା,୨୫/୦୩(ପିପିଟି): ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗାଙ୍ଗପୁର ଥାନା ଅଧିକାରୀ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ସେ ନିଜ କ୍ୱାଟର ରେ ମା ଙ୍କ ସହିତ ଖାଇ ବସିଥିବା ବେଳେ ଅସାବଧାନତା ଯୋଗୁଁ ଗୁଳି ପେଟ ପଟରୁ ପଶି ପିଠି ପଟେ ବାହାରି ଯାଇଛି। ତାଙ୍କୁ ତୁରନ୍ତ ଆସିକା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେ ଜୟପୁର ର ମୂଳ ବାସିନ୍ଦା ଅଟନ୍ତି। ସେ ଦୀର୍ଘ ଦିନ ହେବ ମାଓ ପ୍ରବଣ ଅଞ୍ଚଳରେ ତାଙ୍କର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥଲେ। ତାଙ୍କ ପତ୍ନୀ ବର୍ତ୍ତମାନ ନବରଙ୍ଗ ପୁର ହେଡକ୍ଵାଟର ରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଏତେ ଦକ୍ଷତା ଥିବା ଅଫିସର କିପରି ଅସାବଧାନ ତା କାର୍ଯ୍ୟ କଲେ ବୁଦ୍ଧିଜୀବୀ ମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ସ୍ୱର୍ଗତ ଗମାଙ୍ଗ ଭଳି ଗାଙ୍ଗପୁର ଥାନା ଜଣେ ସଚ୍ଚୋଟ ପୋଲିସ ଅଫିସରଙ୍କୁ ହରାଇ ଥିବାରୁ ଜନସାଧାରଣ, ପୋଲିସ, ପ୍ରଶାସନ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )