ଭଞ୍ଜନଗର, ୦୫/୦୯ (ପିପିଟି ):ଆଜି ଭଞ୍ଜନଗର ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ପବିତ୍ର ଗୁରୁଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଥିବାବେଳେ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର,ଗୋଷ୍ଠୀ ଶିକ୍ଷାଧିକାରିଣୀ ଲୋପାମୁଦ୍ରା ରଥ,ଜଗନ୍ନାଥପ୍ରସାଦ ଗୋଷ୍ଠୀ ଶିକ୍ଷାଧିକାରିଣୀ କଲ୍ୟାଣୀ ପାଢ଼ୀ,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି,ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ,ବିଶିଷ୍ଟ କବି ପ୍ରଶାନ୍ତ ମହାନ୍ତି,ଶିକ୍ଷକ ନେତା ତ୍ରିନାଥ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେ ବିଧାୟକ ପ୍ରଥମେ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଆଜିର ଦିବସଟି ସମସ୍ତଙ୍କ ପାଇଁ ମହତ୍ୱପୂର୍ଣ୍ଣ । ବିଶିଷ୍ଟ ଶିକ୍ଷାବିତ, ଅଧ୍ୟାପକ,ମହାନ ଲେଖକ ତଥା ଦାର୍ଶନିକ ଭାରତର ପୂର୍ବତନ ରାଷ୍ଟ୍ରପତି ଡାକ୍ତର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ ଙ୍କ ଜନ୍ମତିଥି ଅବସରରେ ଦୀର୍ଘ ୬୦ ଦଶକରୁ ଆଜିରଦିନଟିକୁ ପ୍ରତିବର୍ଷ ଗୁରୁଦିବସ ଭାବରେ ପାଳନ କରାଯାଉଛି ତେଣୁ ପୂଜ୍ୟ ଗୁରୁ ମାନଙ୍କ ପାଇଁ ଆଜିର ଦିନଟି ସ୍ୱତନ୍ତ୍ର । ଏହିଅବସରରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ କିପରି ପ୍ରତ୍ୟକ ବିଦ୍ୟାଳୟରୁ ପ୍ରତ୍ୟକ ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ଲାଭ କରି ନିଜକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବାର ପ୍ରୟାସ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜାଗ୍ରତ କରିଥାଏ ଏଥିରେ ମାଧ୍ୟମ ସାଜିଥିବା ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅବଦାନ ଅତୁଳନୀୟ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି । ଏଥିସହ ୨୩ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉପଢକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ଅନ୍ୟ ଅତିଥି ମାନେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ସରୋଜ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଦୀପ ସସମାଲ,ଦେବୀପ୍ରସାଦ ଦାସ ,ଅବିନାଶ ପଣ୍ଡା,ଶିଶିରକାନ୍ତ ପତି,ଜଗଦୀଶ ନାୟକ,ସୁଧୀର ବେହେରା ,ନାରାୟଣ ମହାପାତ୍ର,ସୁଧାଂଶୁ ମହାପାତ୍ର ,ସୁଜାତା ଦାସ,ରାଜଲକ୍ଷ୍ମୀ ସାହୁ ,ଲିପ୍ସା ରାଣୀ ପଣ୍ଡା ,ପ୍ରତିମା ମିଶ୍ର, ଲିଜ୍ଜାଲୀନ ଗୌଡ଼ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ| ୫୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)