ଗୁରୁଦେବଜୀ ମିଶନ ସୁରକ୍ଷା ପକ୍ଷରୁ ଦୁର୍ଗମ ଅଂଚଳରେ ଗ୍ରାମବାସୀଙ୍କୁ ସଚେତନ କରିବା ସହ ବଢାଇଲେ ସାହାଯ୍ୟର ହାତ ।

ଢେଙ୍କାନାଳ,(ପିପିଟି),୦୫/୦୫, ବିଶ୍ୱରେ ମହାମାରୀ କରୋନା ତାଣ୍ଡବ ରଚିଥିବା ବେଳେ ସାରା ଦେଶରେ ଲକ୍ ଡାଉନ୍ ଥିବାଯୋଗୁ ଅସହାୟ, ଦିନମଜୁରିଆ ଲୋକ ମାନେ ପ୍ରଭାବିତ ହୋଇଛନ୍ତି । ଲୋକମାନକୁ କରୋନା ସମ୍ପର୍କର ଜନସଚେତନ କରିବା ପାଇଁ ଗୁରୁଦେବଜୀ  ମିଶନ ସୁରକ୍ଷା ଓ ଆମେଚର ତାଇକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ସଦରବ୍ଳକ୍ ସପ୍ତଶଯ୍ଯା ପଞ୍ଚାୟତର ମାଝି ସାହି ଗ୍ରାମରେ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।କରୋନା ଭାଇରସକୁ ପ୍ରତିହତ କରିବା  ପାଇଁ ମିଶନ ସୁରକ୍ଷା ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ସାବୁନ ଦ୍ଵାରା ହାତ ଧୋଇବା, ଜରୁରି କାମ ନଥିଲେ ପଦାକୁ ନଯିବା , ମୂହରେ ମାସ୍କ କିମ୍ବା ଗାମୁଛା  ବ୍ୟବହାର କରିବାପାଇଁ ପରାମର୍ଶ ଦେବା ସହିତ ୧୦୦ଜଣଙ୍କୁ ସାବୁନ, ବିସ୍କୁଟ, ମାସ୍କ ପ୍ରଦାନ କରିବା ସହ ପାଠ ପଢୁଥିବା ପିଲାମାନଙ୍କୁ ଖାତା, ପେନ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ, ଇନ୍ଦ୍ରଜିତ ସାହୁ, ସୁସିଲ ବେହେରା, ବିଜ୍ଞାନ ମହାନ୍ତି, ଦୀପକ ରଂଜନ ମିଶ୍ର, ପ୍ରିୟବ୍ରତ ପ୍ରଧାନ, ଭଗତ ଭରଦ୍ୱାଜ ପ୍ରଧାନ ପ୍ରମୁଖ ଯୋଗଦାନ କରି ସହଯୋଗ କରିଥିଲ । ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଯାରି ରହିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏହିଭଳି ଦୁର୍ଗମ ଆଦିବାସୀ ଅଞ୍ଚଳରେ ପହଞ୍ଚି ଲୋକ ମାନଙ୍କୁ ସଚେତନ କରିଥିବାରୁ  ଗ୍ରାମବାସୀ ଖୁସୀ ପ୍ରକଟ କରିବା ସହିତ ଅନୁଷ୍ଠାନକୁ ପ୍ରଶଂସା କରିଛନ୍ତି।
ରିପୋର୍ଟ – ଶୁଭମ୍ ପାଣୀ ।

Comments (0)
Add Comment