ଗୁରୁଦିବସ ପାଳିତ ।

ପୋଲସରା ,୦୬/୦୯(ପିପିଟି ): ସ୍ଥାନୀୟ ମଧୁସୂଦନପୁର
ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୂର୍ବାହ୍ନରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗତକାଲି ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ଯୋଗଦେଇ
ବିଦ୍ୟାଳୟ ପ୍ରତିଷ୍ଠା ସମୟରେ କାର୍ଯ୍ୟକରି ବର୍ତମାନ ଅବସର ନେଇଥିବା ବର୍ଷୀୟାନ ପ୍ରଧାନ ଶିକ୍ଷକ ଶ୍ରୀ ବିପ୍ରଚରଣ ମହାନ୍ତି , ଶ୍ରୀକୀର୍ତ୍ତନ ପ୍ରଧାନ ଶ୍ରୀ ଧୋବା ସାହୁ , ଶ୍ରୀ ପଞ୍ଚାନନ ସାହୁ ଏବଂ
ଶ୍ରୀ ସୁବାସ ଚନ୍ଦ୍ର ସାହୁ ଆଦିଙ୍କୁ ଗୁରୁ ପୂଜନ ,ଅଙ୍ଗବସ୍ତ୍ର ସହ ସମ୍ବର୍ଦ୍ଧନା କରିଥିଲେ । ପ୍ରଣତି ରଥ , ସୁଧାଂଶୁ ରଥ , ସୁରେନ୍ଦ୍ର ପ୍ରଧାନ ଅଶୋକ କୁମାର ନାୟକ, ଲମ୍ବୋଦର ସାହୁ ,ହରିହର ମହାକୁଡ, ନୀଳାଦ୍ରି ବିହାରୀ ମହାପାତ୍ର ଆଦି ପୁରାତନ ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଦୟାନିଧି ମଳିକ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲା ବେଳେ ଲମ୍ବୋଦର ସାହୁ ସଭା ଶେଷରେ ଧନ୍ୟବାଦ
ଅର୍ପଣକରିଥିଲେ ।

ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା

Comments (0)
Add Comment