ଭଞ୍ଜନଗର, ୨୫/୧୨(ପିପିଟି):ଭଞ୍ଜନଗର କଲେଜ ରୋଡ଼ରେ ଥିବା ଡ଼ାଣ୍ଟି ଗୁରୁକୃପା ଆବାସିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ମୁଖ୍ୟ ବକ୍ତା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ସମ୍ମାନିତ ଅତିଥି ଭାବେ ଅନୁପମ ବାନାର୍ଜୀ, ପ୍ରମୋଦ ଚନ୍ଦ୍ର ପାତ୍ର, ଡ଼ ପ୍ରକାଶ ଚନ୍ଦ୍ର ନାୟକ, ଶିଶିର କାନ୍ତ ସାହୁ, ସଭାପତି ଏସ. ସୂର୍ଯ୍ୟ ନାରାୟଣ ଦୋରା ,ଶୂଳପାଣି ଶତପଥୀ ମଞ୍ଚାସିନ ଥିଲେ।ସମ୍ପାଦକ ସୁବ୍ରତ କୁମାର ଷଢଙ୍ଗୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଗତ କିଛି ବର୍ଷ ମଧ୍ୟରେ ଏହି ଶିକ୍ଷାନୁଷ୍ଠାନ ଅନେକ ସଫଳତା ହାସଲ କରିବା ସହ ଅଭିଭାବକ ମାନଙ୍କ ଆସ୍ଥା ଭାଜନ ହୋଇପାରିଛି ବୋଲି ଅତିଥିମାନେ କହିଥିଲେ।ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି।ଏହି ଅବସରରେ ସ୍ଥାନୀୟ କିଛି ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପରିଚାଳନା କମିଟିର ସଦସ୍ୟ, ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)