ଗୁମାଗଡ଼ରେ ଟ୍ରାକ୍ଟର ଓଲଟି ଜଣେ ଗୁରୁତର ।

ବାଲିଗୁଡା,୦୧/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଅଧିନସ୍ଥ ଗୁମାଗଡ ନିକଟରେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହୋଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହୋଇଥିବାରୁ ଡାକ୍ତର ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ଟ୍ରାକ୍ଟରରେ ଥିବା ଅନ୍ୟମାନେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଗୁରୁତର ଆହତ ହୋଇଥିବା ଶ୍ରମିକ ଜଣକ ହେଲେ ଟିକାବାଲି ବ୍ଲକ ବେଡ଼ଅସୁଗା ଗ୍ରାମର ଦିଗାମ୍ବର ନାଗଙ୍କ ପୁଅ ସୁନୀଲ ନାଗ ବୋଲି ଜଣାପଡିଛି । ଖବର ପାଇ ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ କଡା ତାଗିଦ ରହୁନଥିବାରୁ ମନଇଚ୍ଛା ଅନଭିଜ୍ଞ ବ୍ୟକ୍ତି ବେପରୁଆ ଭାବେ ଟ୍ରାକ୍ଟର ଚଳାଇ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ଘଟୁଥିବାର ଦେଖିବାକୁ ମିଳୁଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରୁ ଦାବି ହେଉଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment