ଗୁଣ୍ଠବନ୍ଧ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ ।

ବ୍ରହ୍ମପୁର,୧୮/୦୩(ପିପିଟି): ଗୁଣ୍ଠବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆମ୍ବଗଡ଼ ସେବା ସମବାୟ ସମିତିର ସଭାପତି ତଥା ଏହି ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଓ ଦକ୍ଷିଣପୁର ପ୍ରଧାନ ଶିକ୍ଷୟତ୍ରୀ ଏ ପୁଷ୍ପଲତା ଏବଂ ଆମ୍ବଗଡ ପ୍ରଧାନ ଶିକ୍ଷୟତ୍ରୀ ସୁନିତା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି କାହ୍ନୁ ଚରଣ ପାତ୍ର ସମସ୍ତ ସମ୍ମାନନୀୟ ଅତିଥିଙ୍କ ସହ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ଶିକ୍ଷୟତ୍ରୀ ସଙ୍ଗୀତା ମହାନ୍ତି ଓ ଗୀତାଞ୍ଜଳି ବିଶୋଇ ମଞ୍ଚ ସାଜସଜ୍ଜା କରିଥିଲେ । ଶିକ୍ଷୟତ୍ରୀ ରେଣୁଝରା ପୁଷ୍ପଶ୍ରୀ ମଞ୍ଚ ପରିଚାଳନା କରି ଅଥିତି ମାନଙ୍କୁ ପିଲାଙ୍କ ଦ୍ୱାରା ସମ୍ମାନୀତ କରାଇ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା କୁମାରୀ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହିତ ବାର୍ଷିକ ବିବରଣୀ ପାଠ କରି ଥିଲେ । ତତ୍ ପରେ ପିଲାମାନେ ଶିଖିଥିବା ନୃତ୍ୟ ପରିବେଷଣ କରି ଥିଲେ । ୟୁକୋ କ୍ଲବ ପ୍ରୋଜେକ୍ଟ ବିଦ୍ୟାଳୟ ପ୍ରାଚୀର ପତ୍ର ଓ ଶିଶୁ ମାନଙ୍କ ଦ୍ଵାରା ଲେଖା ସ୍କୁଲ ମାଗାଜିନ ଉନ୍ମୋଚନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାତ୍ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବରଉ ଉଦ୍ଦେଶ୍ୟ ଓ ପରିବେଶ ଉପରେ ଭାଷଣ ଦେଇ ସମସ୍ତ ଛାତ୍ରୀଛାତ୍ର ମାନଙ୍କୁ ନିଜର ଜନ୍ମଦିନରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ କହିଥିଲେ । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ବିଦ୍ୟାଳୟର ପରିଚାଳନା କମିଟି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନା କରିବା ସହିତ ବିଦ୍ୟାଳୟ ପାଚିକା ମାନେ ଖାଦ୍ୟ ପରିବେଷଣ ଦାୟିତ୍ୱ ନେଇଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ରୁନୁ ବରାଡ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଉଜ୍ୱlପନ କରିଥିଲେ ।

Comments (0)
Add Comment