ଗୁଣୁପୁର ରେ ଭାରତ ବନ୍ଦର ପ୍ରଭାବ ।

ଗୁଣୁପୁର,୦୮/୧୨(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ରେ ଆଜି ଦେଶ ବ୍ୟାପି ଚାଲିଥିବା ଭାରତ ବନ୍ଦକୁ ସମର୍ଥନ କରି AICCTU,AISA, AIALAଏବଂ AIKMS ,CPI(ML) ବାମପନ୍ଥୀ ଦଳ ଗୁଡିକ କେନ୍ଦ୍ର ସରକାରଙ୍କ ଦ୍ୱାରା ଆସିଥିବା କୃଷକ ବିରୋଧ କୃଷି ଆଇନ ବିଲ ବିରୋଧ ରେ ଗୁଣୁପୁର ଠାରେ ଅବସ୍ଥିତ କମ୍ରେଡ଼ ନାଗ ଭୂଷଣ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ନିକଟ ବାଇ ପାସ ଛକ ଏବଂ ଏସପି ଗୁଡା ଛକ ଠାରେ ବିଭିନ୍ନ ସ୍ଲୋଗାନ ଦେବା ସହ ରାସ୍ତା ଅବରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ତିନଟି କୃଷି ଆଇନ ବିଲ୍ କୁ ପ୍ରତ୍ୟାହାର କରିବା ନିମନ୍ତେ ଭାରତର ସମସ୍ତ କୃଷକ ସଙ୍ଗଠନ ଦେଇଥିବା ବନ୍ଦ ଡାକରାକୁ ସମର୍ଥନ କରିବା ସହିତ ବାମପନ୍ଥୀ ଦଳ ଗୁଡିକ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ସହର ପରିକ୍ରମା କରି ଥିଲେ ଏବଂ ପୁରୁଣା ବସ ଷ୍ଟାଣ୍ଡ ଠାରେ ନରେନ୍ଦ୍ର ମୋଦି ଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି ଆନ୍ଦୋଳନକୁ ସିପିଆଇ(ଏମ ଏଲ)ଲିବାରେସନ ଜିଲା ସମ୍ପାଦକ ତ୍ରିପତି ଗୋମଙ୍ଗ,ବୃନ୍ଦାବନ ବିଡିକା, ଅନାସିମ ଶବର, ସମ୍ବରା ଶବର, କରୁଣାକର ଲିମା, କୈଳାଶ ଶବର, ଦାମୋଦର ଶବର, ଶ୍ରୀନିବାସ ଶବର ,ବୁଦ୍ଧଦେବ ଶବର ,ଅର୍ଜୁନ ଗୋମଙ୍ଗ, ପ୍ରମୁଖ ନେତୃତ୍ୱରେ ଭାରତ ବନ୍ଦକୁ ପରିଚାଳନା କରିଥିଲେ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Comments (0)
Add Comment