ରାୟଗଡା,୦୪/୧୧(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳ ସୋନାଲ ଜେନା ଦାୟିତ୍ୱ ନେବାପରେ ସାହାରା ପରିବାର ପରାମର୍ଶ କେନ୍ଦ୍ରରେ ପ୍ରଥମଥର ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିଲେ। ଏକ ପାରିବାରିକ ସମସ୍ୟାର ଦୁଇ ପକ୍ଷଙ୍କ ମଧ୍ୟରୁ ଜଣେ ରାଜ୍ୟ ସରକାରଙ୍କ ଅର୍ଥବିଭାଗ ଅଧିକାରୀ ଓ ଅନ୍ୟପକ୍ଷେ ତାଙ୍କ ମା ଓ ଝିଅ । ଏହି ମାମଲାରେ ଉଭୟଙ୍କ ଅଭିଯୋଗ ଶୁଣି ଉଭୟଙ୍କୁ ପାରିବାରିକ ନିୟମ ମାନିବା ସହ ସମାଜର ସଂସ୍କାରକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।ଉଭୟପକ୍ଷ ମଧ୍ୟ ପରାମର୍ଶରେ ଖୁସିହୋଇ ସ୍ୱୀକାର କରିଥିଲେ।ଏହି ଶୁଣାଣି ବେଳେ ପାରିବାରିକ ଅଦାଲତ ସଚିବ ତଥା ବରିଷ୍ଠ ଓକିଲ ପ୍ରମୋଦ କୁମାର ସାହୁ,ପରାମର୍ଶଦାତ୍ରୀ ଜୟଶ୍ରୀ ମହାପାତ୍ର ଏବଂ ଗୌରୀ ମହାଙ୍କୁଡ଼ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ସାହାରା ପରିବାର ପରାମର୍ଶ କେନ୍ଦ୍ରରେ ଏଯାବତ ୨୦୦୦ରୁ ଉର୍ଦ୍ଧ୍ବ କେସ ରୁଜୁ ହୋଇଥିବା ବେଳେ ୧୫୦୦ରୁ ଉର୍ଦ୍ଧ୍ବ କେସ ବିନା କୋର୍ଟ, ପୋଲିସ ଓ ଓକିଲରେ ସମାଧାନ ହୋଇଛି। ଏହି ସାହାରା ପରିବାର ପରାମର୍ଶକେନ୍ଦ୍ର ଏହି ଅଞ୍ଚଳର ପାରିବାରିକ ଆଶ୍ରା ହୋଇଛି, ଅନ୍ୟ ଅଞ୍ଚଳର କେସ ମଧ୍ୟ ଅନୁମତିକ୍ରମେ ସମାଧାନ କରିବାରେ ସକ୍ଷମ ହୋଇଛି।
(ରିପୋର୍ଟ-ନବୀନ ଚନ୍ଦ୍ର ନାୟକ ବେହେରା)