ରାୟଗଡା,୨୫/୧୧(ପିପିଟି); ଗତକାଲି ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ.ଶ୍ରଵଣବିବେକଙ୍କ ନିର୍ଦ୍ଦେଶ କ୍ରମେ ଗୁଣୁପୁର ଉପଖଣ୍ଡର ପଦ୍ମପୁର ସଂରକ୍ଷିତ ଜଙ୍ଗଲର ୬୫ ଏକର ଜମିରେ ବେଆଇନ ଭାବେ ଚାଷ କରାଯାଇ ଥିବା ଗଞ୍ଜେଇଗଛକୁ ଗୁଣୁପୁର ଏସଡିପିଓ ରାଜକିଶୋର ଦାସଙ୍କ ନେତୃତ୍ୱରେ ପଦ୍ମପୁର ପୋଲିସ, ପଦ୍ମପୁର ରାଜସ୍ୱ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ ଏବଂ କୃଷି ବିଭାଗର ମିଳିତ ଚଢ଼ାଉ କରି ଏହି ୬୫ ଏକର ଚାଷ ଜମି ରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇଗଛ କୁ ସମ୍ପୂର୍ଣ ଭାବେ ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଗୁଣୁପୁର ଏସଡିପିଓ ରାଜକିଶୋର ଦାସ ଆଗକୁ ଏହି ଭଳି ବେଆଇନ ଭାବେ ଚାଷ କରାଯାଇଥିବା ଜମିର ସମ୍ପୂର୍ଣଭାବେ ନଷ୍ଟ କରାଯିବ ବୋଲି ପ୍ରଶାସନ ତରଫରୁ ଜଣାପଡିଛି । ଏହି ଚଢ଼ାଉ ବେଳେ ପଦ୍ମପୁର ତହସିଲଦାର ନୀଳମାଧବ ମାଝୀ, ଅବକାରୀ ଅଧିକାରୀ ଦିବାକର ମହାପାତ୍ରଙ୍କ ସହ କୃଷି ଏବଂ ଜଙ୍ଗଲ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ। ରାୟଗଡାଜିଲ୍ଲାରେ ଗଞ୍ଜେଇ ବେପାର,ଚାଲାଣ ଓ ବେଆଇନ ଗଞ୍ଜେଇ ଚାଷ ଉପରେ ବାରମ୍ବାର ଧରପଗଡ଼ ହେଉଥିଲେ ମଧ୍ୟ ମାଫିଆମାନଙ୍କୁ ସମ୍ପୂର୍ଣ୍ଣଭାବେ ବିଲୋପ କରାଯାଇପାରିନାହିଁ। ଏଣୁ ଏହି କଳାଜହରରୁ ମୁକ୍ତହେବା ନିମନ୍ତେ ବ୍ୟାପକ ଜନସଚେତନତା ସହ ଲୋକଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ଼ କରିବାକୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )