ଗୁଣପୁର ବିଧାୟକ ଓ ଜିଲ୍ଲା ବିଜେଡି ସଭାପତିଙ୍କ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଏବଂ ମିଶ୍ରଣପର୍ବରେ ଯୋଗଦାନ।

ରାୟଗଡା,୧୭/୧୧(ପିପିଟି); ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ମାରିଗୁଡା ଏବଂ ବିଚିକୋଟରେ ପାଇପଯୋଗେ ପାନୀୟ ଜଳଯୋଗାଣର ଉଦଘାଟନ କରିଥିଲେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଏବଂ ଜିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର ଦାସ। ମାରିଗୁଡା ଠାରେ ୩୩ ଲକ୍ଷ ଟଙ୍କା ବ୍ୟୟରେ ୩୦,୦୦୦ ଲିଟର କ୍ଷମତା ବିଶିଷ୍ଟ ଏବଂ ବିଚିକୋଟ ଠାରେ ୫୩ ଲକ୍ଷ ଟଙ୍କା ବିନିମୟରେ ୪୦,୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଇ ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ଏହି ଦୁଇଟି ପ୍ରକଳ୍ପ ଦ୍ବାରା ଉଭୟ ଗ୍ରାମ ସହିତ ପାଖ ଗ୍ରାମକୁ ମଧ୍ୟ ଜଳ ଯୋଗାଣ ହୋଇପାରିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ଦ୍ବାରା ଲୋକଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇପାରିଲା। ସେହିପରି ପଦ୍ମପୁର ବ୍ଲକର ଡେରିଗାଁ ପଂଚାୟତ ସଦର ମହକୁମା ଠାରେ ବିଜେଡିର ଏକ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ବିଜେପି ଏବଂ କଂଗ୍ରେସର ଶତାଧିକ କର୍ମୀ ବିଧିବଦ୍ଧ ଭାବେ ବିଜେଡ଼ିରେ ସମିଲ ହୋଇଛନ୍ତି। ଡେରିଗାଁ ପଂଚାୟତର ସରପଞ୍ଚଙ୍କ ସ୍ୱାମୀ ଗିରିଧର ଶବର, ନାଏବ ସରପଞ୍ଚ ଅଭିମନ୍ୟୁ ପଲକା, କଂଗ୍ରେସ କର୍ମୀ ଭାଗିରଥି ନିସିକାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେଡିରେ ସମିଲ ହୋଇଥିଲେ ।ଏହାଦ୍ୱାରା ଡେରିଗାଁ ପଂଚାୟତର ବିଜେଡି ମଜଭୁତ ହେବ ବୋଲି ବିଧାୟକ ଓ ସଭାପତିପ୍ରକାଶ କରିଛନ୍ତି। ବିଧାୟକ ନୂତନ ସଦସ୍ୟ ମାନଙ୍କୁ ଫୁଲ ତୋଡା ଏବଂ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ରାୟଗଡା ଜିଲ୍ଲାରେ ସୁଧିର ଦାସଙ୍କ ନେତୃତ୍ବ ତଥା ଦକ୍ଷତା ଦେଖି ସେମାନେ ଦଳରେ ସାମିଲ ହୋଇଛନ୍ତି ବୋଲି ନୂତନ ସଦସ୍ୟ ମାନେ ପ୍ରକାଶ କରିଥିଲେ। ଆଜିର ଏହି ମିଶ୍ରଣ ପର୍ବରେ ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ସଭାପତି ସୁଧିର ଦାସଙ୍କ ସହ ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀ,ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ, ଛାତ୍ର ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ପଣ୍ଡା, ବ୍ଲକ ବିଜେଡି ସଭାପତି ରବି ନାରାୟଣ ଆଚାର୍ଯ୍ୟ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ କ୍ରାସ୍କା ଯୋଗ ଦେଇଥିଲେ।ଆଜିର ଏହି ମିଶ୍ରଣ ପର୍ବରେ ସକ୍ରିୟ ସଦସ୍ୟ ବୁଲା ପଣ୍ଡା,ସୁବାସ ଶବର, ଟିନା ଦାସ ଏବଂ କୁନା ତ୍ରିପାଠୀଙ୍କ ଆବାହକତ୍ଵରେ ହୋଇଥିଲା।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Comments (0)
Add Comment