ଗୁଡାରୀ ବିଜୁଜନତାଦଳ ତରଫରୁ ସର୍ଗିଡାଙ୍ଗ ଏବଂ ଚିଟି ସେରେମା ଗ୍ରାମରେ ଖାଦ୍ୟ ସାମଗ୍ରୀ ବଣ୍ଟନ।

ଗୁଣପୁର,୨୫/୦୫(ପିପିଟି): କରୋନା ଏବେ ଅଧିକ ପରିମାଣରେ ଗ୍ରାମ ମୁହାଁ ହେବାରେ ଲାଗିଛି। ସେହିପରି ଗୁଡାରୀ ବ୍ଲକର ସର୍ଗିଡାଙ୍ଗ ଏବଂ ଚିଟିସେରେମା ଗ୍ରାମରେ କରୋନା ପଜିଟିଭ ଚିହ୍ନଟ ହେବାପରେ ପ୍ରଶାସନ ତରଫରୁ ଏହି ଦୁଇ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଏଭଳି ସମୟରେ ସେଠାକାର ଦୁଇଗ୍ରାମର ଲୋକେ ପଦାକୁ ବାହାରିବା ବୁଲାବୁଲି କରିବା ପାଇଁ ମନା ହୋଇଛି। ଲୋକେ ମଧ୍ୟ କୁଆଡେ ବାହାରକୁ ନଯାଇ ଘରେ ହୋମକ୍ବାରେଣ୍ଟେଇନରେ ଅଛନ୍ତି। ଏମାନେ ସବୁ ଖଟିଖିଆ ମଜୁରିଆ ଭାବରେ କାମ କରି ଚଳନ୍ତି। ସେମାନଙ୍କ ଏହି ଅସୁବିଧା ସମୟରେ ଗୁଡାରୀ ବିଜୁଜନତା ଦଳ ତରଫରୁ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ସର୍ଗିଡାଙ୍ଗ ଗ୍ରାମର ୩୦ ପରିବାର ଓ ଚିଟି ସେରେମାଗ୍ରାମର ୧୬ ପରିବାରଙ୍କୁ ଖାଦ୍ୟ ସାମଗ୍ରି ବଣ୍ଟନ କରାଯାଇଥିଲା। ଏହି ସମୟରେ ଗୁଡାରୀ ବିଜେଡିର ସନ୍ତୋଷ ମହାନ୍ତି,କେଦାର ସାହୁ ଏବଂ ପ୍ରସାଦ ରାଓ,ଟୁନା ଗୌଡ ପ୍ରମୁଖ ଗ୍ରାମକୁ ଯାଇ ଲୋକଙ୍କୁ ଏପରି ବିପତ୍ତି ସମୟରେ ସେମାନଙ୍କୁ ସହଯୋଗ କରି ଅଞ୍ଚଳବାସୀଙ୍କ କୃତଜ୍ଞତାର ପାତ୍ର ପାଲଟିଛନ୍ତି। ଗ୍ରାମରେ ଖାଦ୍ୟସାମଗ୍ରି ପହଞ୍ଚିଲାପରେ ପୀଡିତ ଗ୍ରାମବାସୀ କହିଛନ୍ତିଯେ,ଏମାନେ ଆମପାଇଁ ଦେଵଦୂତ। ପୁଣି ପ୍ରତିଦିନ ଡାକ୍ତରୀ ଟିମ ସାଥିରେ ପ୍ରସାଦ ରାଓ ଗ୍ରାମକୁ ଗ୍ରାମପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଅକ୍ସିଜେନ ଯାଞ୍ଚ କରିବା ଏବଂ ଔଷଧ ଦେବା ଚଳାଇଛନ୍ତି। ବିଜେଡି ଜିଲ୍ଲା ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର ଦାସ ଓ ଜିଲ୍ଲା ବିଜେଡ଼ି ସମ୍ପାଦକ ଗଗନ ଆଚାର୍ଯ୍ୟଙ୍କ ପରାମର୍ଶକ୍ରମେ ଏହିପରି ପ୍ରତି ଗ୍ରାମକୁ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି। ଗୁଡାରୀ ଵିଜ୍ଞାପିତ ଅଞ୍ଚଳ ପରିଷଦର ପରିମଳ ବ୍ୟବସ୍ଥା ଉପରେ ସୁଧୀର ଦାସ,ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ତାଗିଦ କରିଛନ୍ତି।

(ରିପୋର୍ଟ- ନବୀନ ନାୟକ ବେହେରା। )

Comments (0)
Add Comment