ଗୁଡାରୀ ପରିସ୍ଥିତି ସଙ୍ଗୀନ,ପୁଲିସ ପକ୍ଷରୁ ଜୋରଦାର ଯାଞ୍ଚ,ଗାଡି ସହର ଭିତରକୁ ମନା, ଅମାନିଆକୁ ଜୋରିମାନା ।

ରାୟଗଡା,୧୮/୦୫(ପିପିଟି); ରାୟଗଡା ଜିଲ୍ଲା ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ପରିସ୍ଥିତି ଦିନକୁଦିନ ସଂଗୀନ ହେବାରେ ଲାଗିଛି । ଉକ୍ତ ପରିସ୍ଥିତିକୁ ଅନୁଧ୍ୟାନ କରି ଗୁଡାରୀର ସମସ୍ତ ମୁଖ୍ୟ ପ୍ରବେଶ ପଥ ଓ ଛକରେ ପୋଲିସ କର୍ମଚାରୀମାନେ ଥାନା ଅଧିକାରୀଙ୍କ ନେତୃତ୍ୱରେ ମୁତୟନ ଥିବା ଦେଖିବାକୁ ମିଳିଥିଲା । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଓ ସରକାରଙ୍କ କୋଭିଡ ଗାଇଡ଼ ଲାଇନକୁ ଅନୁସରଣ ପୂର୍ବକ ଗୁଡାରୀ ପୋଲିସ ଓ ବ୍ଲକ ପ୍ରଶାସନଙ୍କ ମିଳିତ ଉଦ୍ୟମରେ ବାହାରୁ ଆସୁଥିବା ଗାଡିକୁ ଗୁଡାରୀ ସହର ଭିତରକୁ ପ୍ରବେଶ ନ କରିବା ଓ ସମସ୍ତ ଯାନବାହାନକୁ କଡାକଡ଼ି ଭାବେ ଯାଞ୍ଚ କରିବା ଦେଖିବାକୁ ମିଳିଥିଲା । ଯାଞ୍ଚ ସମୟରେ ମାସ୍କ ଓ ଗାଡି ଚଳାଇ ହେଲିମେଟ ବ୍ୟବହାର କରୁନଥିବା ଅମାନିଆମାନଙ୍କ ଠାରୁ ଜୋରିମାନା ଆଦାୟ କରିବା ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ଗୁଡାରୀ ବିଡ଼ିଓ ନୃସିଂହ ଚରଣ ସେଠୀ, ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡ଼ିଆ, ପୁରୁଷୋତ୍ତମ ଯାନୀ ଓ ଅନିରୁଦ୍ଧ ଜାଲି, ସଞ୍ଜୟ କୁମାର ଚୌଧୁରୀ, ହାବିଲଦାର ଲୋକନାଥ ଯାନୀ ସମେତ ପୋଲିସ କର୍ମଚାରୀ ଓ ଗୃହରକ୍ଷୀମାନେ ଉପସ୍ଥିତ ରହି ସୁରକ୍ଷା ଦେବା ଦେଖିବାକୁ ମିଳିଥିଲା। ବିଜ୍ଞାପିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସମୟରେ ନିର୍ବାହୀ ଅଧିକାରୀ ଓ ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାରଙ୍କ ଅନୁପସ୍ଥିତିକୁ ଜନସାଧାରଣ ଭିନ୍ନମତ ପୋଷଣ କରିଥିଲେ ।
(ରିପୋର୍ଟ- ନବୀନ ନାୟକ ବେହେରା)

Comments (0)
Add Comment