ରାୟଗଡା,୩୦/୦୯(ପିପିଟି); ରାୟଗଡା ଜିଲ୍ଲା ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ବ୍ଲକର ସାଧାରଣ ଲୋକମାନଙ୍କ ସୁବିଧା ପାଇଁ ସ୍ୱର୍ଗରଥ ଲୋକାର୍ପିତ ହୋଇଯାଇଛି।ଏହି ଅଞ୍ଚଳର କେହିଜଣେ ଡାକ୍ତରଖାନାକୁ ଆସି ମୃତ୍ୟୁବରଣ କଲେ ଶବ ନିଜଘରକୁ ନେବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଅସୁବିଧାକୁ ଆଖିରେରଖି ଗୁଡାରୀ ବୈଶ୍ୟସଙ୍ଘର ୧୪ ଜଣ ବଦାନ୍ୟ ବ୍ୟକ୍ତି ଶ୍ରୀ ବାସବି ସେବାସଙ୍ଘ ନାମରେ ଏକ ଟ୍ରଷ୍ଟ ଗଠନ କରି ନୂତନ ଗାଡ଼ି କିଣି ସବୁପ୍ରକାର ସୁବିଧା ରଖିଛନ୍ତି।ସଂଘର ସଭାପତି କୋରଡ଼ା ବୈକୁଣ୍ଠ ରାଓ,ସମ୍ପାଦକ ଭାଜରାପୁ ହରିକୃଷ୍ଣ ଓ କୋଷାଧ୍ୟକ୍ଷରୂପେ ତାଂଗୁଡୁ ରାମପ୍ରସାଦ ଦାୟିତ୍ୱ ଗ୍ରହଣ କରିଛନ୍ତି।ଉକ୍ତ ସ୍ୱର୍ଗରଥ ସମ୍ପୁର୍ଣ୍ଣଭାବେ ଦେୟମୁକ୍ତ ଭାବେ ଜନସାଧାରଣଙ୍କୁ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ନୂତନ ଗାଡିକିଣି ସେଥିରେ ଅକ୍ସିଜେନ ଓ ବକ୍ସ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛନ୍ତି ଟ୍ରଷ୍ଟର କର୍ମକର୍ତ୍ତା। ଏହି ଉଦ୍ୟମକୁ ଗୁଡାରୀ ସହର ଓ ବ୍ଲକର ଜନସାଧାରଣ ସ୍ୱାଗତ କରିଛନ୍ତି। (ରିପୋର୍ଟ – ନବୀନ ନାୟକ ବେହେରା ।)