ଗୁଜୁରାଟରେ ଓଡ଼ିଆ ଛାତ୍ରୀର ସଫଳତା, ସ୍ଵର୍ଣ ପଦକ ହାସଲ ।

କୋଦଳା,୦୪/୦୩(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦ୍ଦକୋଟ ପଞ୍ଚାୟତ ଅବସରପ୍ରାପ୍ତ ସାମରିକ କର୍ମଚାରୀ ଯୋଗୀରାମ ବରାଡ଼ଙ୍କ ନାତୁଣୀ,ତଥା ବ୍ରହ୍ମପୁର ଦୀପାସାହି ନିବାସୀ ମହେନ୍ଦ୍ର ନାୟକଙ୍କ ସୁକନ୍ୟା ସାଲୋନୀ ନାହାକ ସୁଦୂର ଗୁଜୁରାଟ କେ ଜେ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିଅରିଙ୍ଗ ଏଣ୍ଡ ଟେକ୍ନୋଲୋଜି, ବରୋଦାର ସଉଁଲି ଇଞ୍ଜିନିଏରିଙ୍ଗ ବିଶ୍ୱ ବିଦ୍ୟାଳୟର ଛାତ୍ରୀ ଭାବେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ୱ ଅର୍ଜନ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ସାଲୋନୀଙ୍କ ଏହି କୃତିତ୍ୱ ଓଡିଶା ତଥା ଗଞ୍ଜାମ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment