ଗାଳ୍ପିକ କେଶବ ଚନ୍ଦ୍ର ନାୟକଙ୍କ ଗଳ୍ପ ସଂକଳନ ପୁସ୍ତକ “ଅନ୍ତର୍ଦାହ” ଉନ୍ମୋଚିତ।

ମାଲକାନଗିରି,୦୨/୦୮(ପିପିଟି): ମାଲକାନଗିରି କନିଷ୍ଠ ମହିଳା ମହାବିଦ୍ୟାଳୟ ଠାରେ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ କନଭେନସନ କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକଙ୍କ ଦ୍ବାରା ରଚିତ ଗଳ୍ପ ସଂକଳନ ପୁସ୍ତକ ଓଷ୍ଟାର ପୂର୍ବତନ ରାଜ୍ଯ ସଭାପତି ପଞ୍ଚାନନ ଗୌଡଙ୍କ କର ଅମଳରେ ଉନ୍ମୋଚିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଓଷ୍ଟାର ମାଲକାନଗିରି ଜିଲ୍ଲା ସଭାପତି ଅଲେଖ ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିବା ବେଳେ ମୁଖ୍ୟ ଅତିଥି ଭାବେ ଓଷ୍ଟାର ରାଜ୍ୟ ଯୁଗ୍ମ ସମ୍ପାଦକ ବ୍ରଜ ବିଶ୍ବଳ,ମୁଖ୍ୟ ବକ୍ତା ଭାବେ ଓଷ୍ଟାର ରାଜ୍ୟ କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର,
ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ଯ ସଭାପତି ପଞ୍ଚାନନ ଗୌଡ, କୈଳାସ ଚନ୍ଦ୍ର ପଣ୍ଡା, ଜିଲ୍ଲା ପ୍ରଭାରୀ ବିଜୟ କୁମାର ଭଟ, ସନ୍ତୋଷ କୁମାର ସାହୁ, ରବିନ୍ଦ୍ର କୁମାର ଯୋଶୀ, ଜିଲ୍ଲା ସଂପାଦକ କୋରାପୁଟ ଅଶୋକ କୁମାର ପଟ୍ଟନାୟକ, ମାଲକାନଗିରି ଜିଲ୍ଲା ସଂପାଦକ ମନୋଜ କୁମାର ମହାପାତ୍ର,ଅଜୟ କୁମାର ସ୍ବାଇଁ ଜିଲ୍ଲା ଉପସଭାପତି
ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ପୂର୍ବତନ କନିଷ୍ଠ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା ଏବଂ ୬୬୨ ବର୍ଗର ସଭାପତି ସଞ୍ଜୀବ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ।
ଗାଳ୍ପିକ କେଶବ ଚନ୍ଦ୍ର ନାୟକ ଓଡ଼ିଶା ସାହିତ୍ୟ ଜଗତର ଏକ ଅନନ୍ୟ ପ୍ରତିଭା। ସେ ଏକାଧାରରେ ଜଣେ ସାମ୍ବାଦିକ, ସୁବକ୍ତା, ସମାଜସେବୀ, ସଂଗଠକ, କବି, ଗାଳ୍ପିକ ଓ ସ୍ତମ୍ଭକାର ଅଟନ୍ତି। ବର୍ତ୍ତମାନ ତାଙ୍କ ଦ୍ବାରା ଲିଖିତ ୧୦ ଗୋଟି ପୁସ୍ତକ ଆତ୍ମପ୍ରକାଶ ପାଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଶ୍ରୀ ନାୟକ ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିବା ବେଳେ ସେ ସାହିତ୍ୟ ସାଧନାରେ ସମଗ୍ର ଜୀବନକୁ ଉତ୍ସର୍ଗ କରିଛନ୍ତି। ଏହା ଏକ ବିରଳ ପ୍ରତିଭା ବୋଲି ଅତିଥିମାନେ ମତ ବିନ୍ଯାସ କରିଥିଲେ। ଆଗାମୀ ଦିନରେ “ଅନ୍ତର୍ଦାହ” ଗଳ୍ପ ସଂକଳନରେ ଯେଉଁ ୧୫ ଗୋଟି ଗଳ୍ପ ସ୍ଥାନ ପାଇଛି, ସେଗୁଡିକ ହେଲା:ମନତଳର ସ୍ବପ୍ନ, ମାଳତୀ, ଅନ୍ତର୍ଦାହ,ଅଛବ,ସେଇ ଘର, ଅଜଣା ସମ୍ପର୍କ, ଅକୁହା ମାତୃତ୍ଵ, ଟଙ୍କାଏ ପୁରସ୍କାର,ଶୈଶର ସ୍ମୃତି, ଅସ୍ଥିର ଅସ୍ତିତ୍ବ,ଡାକବାଲା, ପୁରୁଣା ପାଣ୍ଡୁଲିପି,ଆମ ଗାଁ ଚାଟଶାଳୀ,ବୁଲା କୁକୁର ଏବଂ ମଶାଣି। ଏହା ଗୋଟିଏ ଗୋଟିଏ ମନସ୍ତତ୍ତ୍ୱ ଗଳ୍ପ ଗୁଛ ।।ତାହା ପାଠକୀୟ ଆଦୃତି ଲାଭ ରିବ ବୋଲି କୁହାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment