ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ।

ଭଞ୍ଜନଗର, ୧୪/୦୪(ପିପିଟି):ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଭଞ୍ଜନଗର ତରଫରୁ ରବିବାର ଦିନ ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ତଥା ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ସୁମିତ୍ରା ଗୌଡ଼ ଓ ସମ୍ମାନୀତ ଅତିଥି ସମାଜସେବୀ ରବୀନ୍ଦ୍ର ଶତପଥିଙ୍କ ସମେତ ୨୦୦ରୁ ଉର୍ଦ୍ଧ୍ବ ଆଧ୍ୟାତ୍ମିକ ପ୍ରେମୀ ଭକ୍ତ ଉପସ୍ଥିତ ଥିଲେ।ସୁଖଶାନ୍ତିର ପାରିବାରିକ ଜୀବନ ଶୈଳୀକୁ ପ୍ରାପ୍ତ କରିବା ପାଇଁ ପରମାତ୍ମାଙ୍କ ବାଣୀଙ୍କୁ ନିଜ ଜୀବନର ପ୍ରତି ମୁହୂର୍ତ୍ତରେ ଧାରଣ କରିବା ବୋଲି ଅତିଥି ଦ୍ବୟଙ୍କ ଅଭିବ୍ୟକ୍ତି ଥିଲା । ବ୍ରହ୍ମା କୁମାରୀ ସୁଭଦ୍ରା ଦେବୀ ଆତ୍ମା ଓ ପରିମାତ୍ମାଙ୍କ ପରିଚୟ ପ୍ରଦାନ କରିବାବେଳେ ବ୍ରହ୍ମାକୁମାରୀ ସନ୍ତୋଷିନୀ ଦେବୀ ପରମାତ୍ମାଙ୍କ ଧରାବତରଣର ମୁଖ୍ୟ ଉଦ୍ଦେଶ୍ୟ ସହ ନିଶାମୁକ୍ତ ସମାଜ ଗଠନରେ ରାଜଯୋଗ ଅଭ୍ୟାସ ଜାରି ରଖିବା ଉଚିତ ବୋଲି ଅଭିଭାଷଣ ରଖିଥିଲେ। ବ୍ରହ୍ମା କୁମାରୀ ପ୍ରାପ୍ତି ମଞ୍ଚ ପରିଚାଳନା ଓ ବ୍ରହ୍ମା କୁମାର ରବି ବାବୁ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଝଣ୍ଡା ଉତ୍ତୋଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment