ଗାଲେରି ମହାବିଦ୍ୟାଳୟ ରେ ପ୍ରତିଷ୍ଠା ଦିବସ ଓ ସ୍ୱାଗତ ଉତ୍ସବ ।

ବେଲଗୁଣ୍ଠା ,୦୮/୧୦(ପିପିଟି) : ଗାଲେରି ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟ ରେ ୩୪ତମ ପ୍ରତିଷ୍ଠା ଦିବସ ଓ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଏକ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟ ର ଅଧକ୍ଷ ସୁଶାନ୍ତ କୁମାର ନାୟକ ସଭାପତିତ୍ଵ କରିଥିଲେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ଭଞ୍ଜନଗର ର ପ୍ରାକ୍ତନ ଅଧ୍ୟାପକ ତଥା ଏହି ମହାବିଦ୍ୟାଳୟର ପରିଚାଳନା କମିଟି ର ସଭାପତି ଡକ୍ଟର ରବୀନ୍ଦ୍ର ନାଥ ପାଳ ମୁଖ୍ୟ ଅତିଥି, ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ ଡକ୍ଟର ପ୍ରଦୀପ କୁମାର ପଟ୍ଟନାୟକ ମୁଖ୍ୟବକ୍ତା, ଏହି ମହାବିଦ୍ୟାଳୟ ର ପୂର୍ବତନ କିରାଣୀ କାଳୁ ଚରଣ ଗୌଡ, ଗାଲେରି ସରପଞ୍ଚ ସୁମିତ୍ରା ଗୌଡ ଓ ସମାଜସେବୀ ଶଙ୍କର୍ଷଣ ମହାରଥା ସମ୍ମାନୀତ ଅତିଥି ରୂପେ ମଞ୍ଚ ମଣ୍ଡନ କରିଥିଲେ। ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ଚନ୍ଦନ ଟୀକା, ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ପରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ର ଶୁଭାରମ୍ଭ କରିଥଲେ। ଛାତ୍ରୀ ଶୁଭଶ୍ରୀ ମିଶ୍ର ଓ ମନସ୍ମିତା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ମଞ୍ଚାସୀନ ଅତିଥି ମାନେ ଏହି ଅଞ୍ଚଳରେ ଉଚ୍ଚଶିକ୍ଷା ର ବିକାଶ ପାଇଁ ଉଦ୍ୟମ କରି ଗାଲେରି ଗ୍ରାମରେ ଏହି କଲେଜ କୁ ପ୍ରତିଷ୍ଠା କରିଥିବା ଭଞ୍ଜନଗର ର ପୂର୍ବତନ ବିଧାୟକ ସ୍ଵର୍ଗତ ରାମକୃଷ୍ଣ ଗୌଡ ଓ ତାଙ୍କ ସହଯୋଗୀ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ସେମାନଙ୍କ ଅବଦାନ କୁ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଇଥିଲେ। ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହିତ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ର ମହତ୍ୱ, ଭାରତ ର ପବିତ୍ର ଗୁରୁ ଶିଷ୍ୟ ଙ୍କ ସମ୍ପର୍କ ତଥା ଚରିତ୍ର ଗଠନ ଓ ମଣିଷ ପରି ମଣିଷ ଟିଏ ହେବାପାଇଁ ଅନେକ ଉଦାହରଣ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରୀମାନେ ମଧ୍ୟ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ନବାଗତ ଛାତ୍ରଛାତ୍ରୀଙ୍କୁ କଲେଜ ତରଫରୁ ଅତିଥି ମାନଙ୍କ ଦ୍ୱାରା ଗୋଟିଏ ଗୋଟିଏ ଭଗବତ୍ ଗୀତା ପୁସ୍ତକ ଉପହାର ଦେଇ ସ୍ୱାଗତ କରାଯାଇଥିଲା। ଛାତ୍ରୀ ସାନିଆ ସାହୁ ଅନ୍ତିମ ସଙ୍ଗୀତ ଗାନ କରିଥିଲେ। ବିରୁପାକ୍ଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଦୁର୍ଗା ମାଧବ ଦାଶ ସଂଯୋଜନା କରିବା ସହିତ ବେଦ ପାଠ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀ ସଙ୍ଗୀତା,ସୂଚିସ୍ମିତା, ପ୍ରିୟଙ୍କା,ତେଜସ୍ମିନୀ, ସୋନାଲି ଓ ଛାତ୍ର ଶ୍ରୀକାନ୍ତ, ଶୟନ, ପବିତ୍ର, ଆକାଶ, ସୁମନ, ଶ୍ରିୟା ଆଦି ପରିଚାଳନା ରେ ସହଯୋଗ କରିଥିଲେ। କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comments (0)
Add Comment