ଗାଲେରି କଲେଜରେ ବିଶ୍ଵ ଓଜେନ୍ ଦିବସ ପାଳିତ; ସମୂହ ଚାରା ରୋପଣକୁ ଗୁରୁତ୍ୱ ।

ଭଞ୍ଜନଗର, ୧୬/୦୯(ପିପିଟି):ଗାଲେରି ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ବ ଓଜେନ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଆଲୋଚନା ଚକ୍ର ରେ ମୁଖ୍ୟ ବକ୍ତା ଭାବେ ଇତିହାସ ବିଭାଗ ପ୍ରାଧ୍ୟାପକ ରଙ୍କନିଧି ପ୍ରଧାନ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ବୃକ୍ଷ ରୋପଣ ର ସୁରକ୍ଷା ନହେଲେ ଦିନ ଆସିବ ପୃଥିବୀର ଜୀବ ଜଗତ ଧ୍ୱଂସ ହୋଇଯିବ। ମନୁଷ୍ୟ ନିଜ ସୌଖିନ ପାଇଁ ଜଙ୍ଗଲ ନଷ୍ଟ କରିବା ଫଳରେ ଓଜେନ ସ୍ତରରେ ଗର୍ଭ ହେଇ ସୂର୍ଯ୍ୟ ଙ୍କ ଅତି ବାଇଗଣି ରଶ୍ମି ପୃଥିବୀ ପୃଷ୍ଠ କୁ ସିଧାସଳଖ ପହଞ୍ଚି ବିଶ୍ବ କୁ ଉତ୍ତପ୍ତ କରୁଅଛି। ଫଳରେ ଜୀବଜଗତ ଅତିଷ୍ଠ ହୋଇ ଛଟ୍ ପଟ୍ ହେବାରେ ଲାଗିଛି। ଏଣୁ ବର୍ତ୍ତମାନ ଏକ ଆହ୍ୱାନ ଆସିଛି ବୃକ୍ଷ ରୋପଣ କରି ସବୁଜ ବଳୟ ସୃଷ୍ଟି କଲେ ଓଜେନ ସ୍ତରରେ ସୃଷ୍ଟି ହୋଇ ଥିବା ଗର୍ତ୍ତ ବନ୍ଦ ହେବ ଓ ଅତି ବାଇଗଣି ରଶ୍ମି ପୃଥିବୀ କୁ ଛୁଇଁ ପାରିବନି। ଜୀବଜଗତ ଉତ୍ତାପ ରୁ ରକ୍ଷା ପାଇବ।ବୁଧବାର କଲେଜ ଛାତ୍ର ଛାତ୍ରୀ ମାନେ ସମୂହ ବୃକ୍ଷ ରୋପଣ ରେ ସାମିଲ୍ ହୋଇ ଗାଲେରି ପଞ୍ଚାୟତ ତରଫରୁ ଚିହ୍ନଟ ସ୍ଥାନରେ ବୃକ୍ଷ ରୋପଣ କରିବା ସହ ଜାତୀୟ ସେବା ଯୋଜନା ର ଆରମ୍ଭ ହେବାକୁ ଥିବା ‘ମାଆ ପାଇଁ ଗଛ ଟିଏ’ ର ସାତ ଦିନ ବ୍ୟାପି ହେବାକୁ ଥିବା ସ୍ୱତନ୍ତ୍ର ଶିବିର ରେ ଯୋଗ ଦେଇ କଲେଜ ପରିସର ଓ ନୋଡାଲ ଭିଲେଜ୍ ରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାରେ ନିଜକୁ ନିୟୋଜିତ କରିବା ପାଇଁ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ କଲେଜ ର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଦୁର୍ଗା ମାଧବ ଦାଶ ସ‍ଂଯୋଜନା କରିବା ସହ ଛାତ୍ର ରାଜେନ୍ଦ୍ର କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବିରୁପାକ୍ଷ,ପ୍ରଶାନ୍ତ, ବଙ୍ଗାଳି, ଶ୍ରୀକାନ୍ତ,ଝୁଲି ପ୍ରିତୀଲଗ୍ନା,ରାକେଶ ଆଦି ସହଯୋଗ କରିବା ସହିତ କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment