ଗାମୁଣ୍ଡି ଉଚ୍ଚ ପ୍ତ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ଗାମୁଣ୍ଡି ଉଚ୍ଚ ପ୍ତ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ଭଞ୍ଜନଗର, ୨୬/୦୩(ପିପିଟି):ଭଞ୍ଜନଗର ବ୍ଲକ ବାଉଁଶ ଲୁଣ୍ଡି ପଞ୍ଚାୟତ ଗାମୁଣ୍ଡି ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୩୭ ମସିହାରେ ପ୍ରାକ୍ ସ୍ୱାଧୀନତା ସମୟରୁ ଶିକ୍ଷାର ବିକାଶ ଦିଗରେ ବ୍ରିଟିଶ ପ୍ରଶାସକମାନଙ୍କ ଦ୍ଵାରା ଆରମ୍ଭ ହୋଇଥିଲା । ବହୁ ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରି ସୁନାମ ଅର୍ଜନ କରିଛନ୍ତି । ବୁଧବାର ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବାଉଁଶଲୁଣ୍ଡି ଗ୍ରାମପଞ୍ଚାୟତର ସରପଞ୍ଚ ଉଦ୍ଧବ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଭଞ୍ଜନଗର ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ନେତାଜୀ ବିଷୋୟୀ ମୁଖ୍ୟ ବକ୍ତା, ସହଗୋଷ୍ଠୀ ଶିକ୍ଷାଧିକାରୀ ଗଜେନ୍ଦ୍ର କୁମାର ସେଠି, ସଂସ୍କୃତି ରତ୍ନ ନାରାୟଣ ମହାରଣା, ସିଆରସିସି ଅନୁପମା ସାହୁ ସମ୍ମାନିତ ଅଥିତି ରୂପେ ଯୋଗ ଦେଇ ଥିଲେ । ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁଶାନ୍ତ ସାହୁ ଏଥିରେ ସଭାପତିତ୍ୱ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ରତ୍ନ ପ୍ରଭା ଦାଶ ବିବରଣୀ ପଠନ କରିଥିଲେ । ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ନିର୍ମଳ କୁମାର ସ୍ୱାଇଁ । କର୍ଯ୍ୟକ୍ରମ ସଂଯୋଜନା କରିଥିଲେ  ଶିକ୍ଷୟିତ୍ରୀ ରଞ୍ଜୁଲତା ବେହେରା । ଏ ଅବସରରେ  ଦକ୍ଷତାଭିତ୍ତିକ ସୃଜନାତ୍ମକ ଖେଳନା ପ୍ରଦର୍ଶନୀକୁ ମୁଖ୍ୟ ଅଥିତି ଶ୍ରୀ ମିଶ୍ର ଉଦଘାଟନ କରିଥିଲେ । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ   ପ୍ରମାଣ ପତ୍ର ସହ ସିଲ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥିରେ ବହୁ ପୁରୁଣା ଛାତ୍ରଛାତ୍ରୀ, ଶିକ୍ଷା ପ୍ରେମୀ, ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ନନ୍ଦିନୀ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment