ଗାଧୋଇବାକୁ ଯାଇଥିବାବେଳେ ନଦୀରେ ଭାସି ବୃଦ୍ଧ ମୃତ ।

ବାଲିଗୁଡା,୨୪/୦୭(ପିପିଟି ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ରେ ଗାଧୋଉଥିବା ବେଳେ ନଦୀ ରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ମୁଣ୍ଡିଗଡ଼ ଗାଁ ର ରାଇସିଂ ପାତ୍ର । ମୁଣ୍ଡିଗଡ଼ ଗାଁ ର ରାଇସିଂ ଶନିବାର ନଦୀ ତୁଠକୁ ଗାଧେଇବାକୁ ଯାଇଥିଲେ। ହଠାତ ନଦୀରେ ପାଣିର ମାତ୍ରା ବଢ଼ି ଯାଇଥିଲା। ସେ ପାଣି ରୁ ବାହାରି ନ ପାରି ନଦୀ ରେ ଭାସିଯାଇଥିଲେ । ଗ୍ରାମବାସୀ ବହୁ ଖୋଜା ଖୋଜି କରିବା ପରେ ତାଙ୍କ ସନ୍ଧାନ ମିଳିନଥିଲା । ରବିବାର ସକାଳେ ଗାଧୁଆ ଘାଟରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ରାହୁଲ ନଦୀର କୁନ୍ଦଲି ଦର ନାମକ ଘାଟରେ ତାଙ୍କ ମୃତଦେହ ଅଟକି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଗ୍ରାମବାସୀ ମୃତଦେହକୁ ଚି଼ହ୍ନଟ କରି ତୁମୁଡିବନ୍ଧ ପୋଲିସକୁ ଜଣାଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment