ବ୍ରହ୍ମପୁର,୨୬/୦୮(ପିପିଟି): ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁଙ୍କ ବଦଳି ଆଦେଶ ହୋଇଥିଲେ ମଧ୍ୟ ଗାଦି ମୋହ ଛାଡୁନି । ବେଗୁନିଆପଡା ବ୍ଲକରେ ମହୁ ଝରୁଛି ବୋଲି ରାସ୍ତାଘାଟ ଚର୍ଚ୍ଚା । ସର୍ଭିସ ଆକ୍ଟ ଅନୁଯାଇ ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ତିନି ବର୍ଷ କାର୍ଯ୍ୟ କରିପାରିବ । କିନ୍ତୁ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ କାର୍ଯ୍ୟରତ । ନେଇ ଆଣି ଥୋଇ ପାରିବା ବିଦ୍ୟା ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ବେଶ ଭଲ ଜଣା । ଯନ୍ତ୍ରୀ ଶ୍ରୀ ସାହୁଙ୍କ ବିରୁଦ୍ଧରେ ଦୁର୍ନୀତିକୁ ନେଇ ପ୍ରଶାସନ ଓ ସରକାରଙ୍କ ନିକଟରେ ଅଭିଯୋଗ ହୋଇଛି । ଜିଲ୍ଲା ପରିଷଦ,ଗଞ୍ଜାମ ଚିଠି ନମ୍ବର ୬୨୪୭,ତା-୦୫/୦୮/୨୦୨୬ ଅନୁଯାଇ ୩୫ ଜଣ ଯନ୍ତ୍ରୀଙ୍କୁ ବିଭିନ୍ନ ବ୍ଲକକୁ ବଦଳି ହୋଇଛି । ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁଙ୍କୁ ବେଗୁନିଆପଡା ବ୍ଲକରୁ ବୁଗୁଡା ବ୍ଲକକୁ ବଦଳି ହୋଇ ଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ରିଲିଭ ହୋଇ ନାହାଁନ୍ତି । ଯନ୍ତ୍ରୀ ଶ୍ରୀ ସାହୁ ଜଣେ ପାରିବାର ଲୋକ । ବିଧାୟକ,ସାଂସଦ ଓ ଜିଲ୍ଲାପାଳଙ୍କୁ କିଭଳି ମନ ଖୁସି କରି ନିୟନ୍ତ୍ରଣ କରି ବଦଳି ବାତିଲ ହେବ ସେଥୁପାଇଁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଦେଖାଯାଉ ସମୟ କହିବ ଯନ୍ତ୍ରୀ ଶ୍ରୀ ସାହୁ କେତେ ପ୍ରଭାବଶାଳୀ ।