ଗାଡ଼ି ସାଇଡ଼ ଦେବାକୁ ନେଇ ଆକ୍ରମଣରେ ଜଣେ ଆହତ ।

ଭଞ୍ଜନଗର,୧୭/୦୨(ପିପିଟି): ପଞ୍ଚାୟତ ନିର୍ବାଚନକୁ ନେଇ ଦିନକୁ ଦିନ ଉତ୍ତେଜନା ମୂଳକ ପରିସ୍ଥିତି ଦେଖିବାକୁ ମିଳୁଛି।ବୁଧବାର ଅପରାହ୍ନରେ ତାରସିଂ ଥାନା ଅଧିନ ଲେମ୍ଭେଇ ଗ୍ରାମରେ ଗାଡି ‌ସାଇଡ ଦେବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିବାରୁ ଜଣେ ଅଟୋ ଚାଳକ ଆହାତ ହୋଇଥିବା ବେଳ‌େ ଅନ୍ୟ ରାଜନୈତିକ ଦଳର ପ୍ରଚାର ଗାଡି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ତାରସିଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି। ସୂଚନା ଅନୁଯାୟୀ ହଳନ୍ଦଖୋଳା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ ନିଜ ଅଟୋ ଧରି ଫେରୁଥିବା ସମୟରେ ଏକ ଅଣ ଓସାରିଆ ରାସ୍ତାରେ ସାମ୍ନାପଟୁ ଆସୁଥିବା ଏକ ଦଳୀୟ ପ୍ରଚାର ଗାଡି ସହ ସାଇଡ‌ ଦେବାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ‌ହୋଇଥିଲା। ଏହାପରେ ପ୍ରଚାର ଗାଡି ଚାଳକ କୃଷ୍ଣକୁ ଏକ ଇଟାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ବିପକ୍ଷ ଦଳର ପ୍ରଚାର ଗାଡି ଭଙ୍ଗାରୁଜା ହୋଇଥିବା ପାଲଟା ଅଭିଯୋଗ ହୋଇଛି। କୃଷ୍ଣକୁ ଆହତ ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛଡାଯାଇଥିବା ବେଳେ ଉଭୟ ପକ୍ଷରୁ ତାରସିଂ ଥାନାରେ ୫୪/୨୨ ଓ ୫୬/୨୨ରେ ଦୁଇଟି କେଶ ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ କହିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment