ବେଲଗୁଣ୍ଠା,୩୦/୧୦(ପିପିଟି):ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଙ୍କ ଶତବାର୍ଷିକୀ ଜନ୍ମ ଜୟନ୍ତୀ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ପୋଲିସ୍ ପକ୍ଷରୁ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନା ଏସ୍ଆଇ ଅଜୟ କୁମାର ମଲ୍ଲିକ, ଏଏସ୍ଆଇ ବି ୱାଇ ନାଇଡ଼ୁ,ହାବିଲଦାର ଆପ୍ପାୟା ପ୍ରଧାନ, ସରୋଜ ରଣ ସିଂ,ଶିକ୍ଷକ ସୀମାଞ୍ଚଳ ଦାଶ, ନିରଞ୍ଜନ ତ୍ରିପାଠି, ଆଶୁତୋଷ ସ୍ୱାଇଁ,ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଙ୍କ ଉତ୍ସଗୀକୃତ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ । ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ଏବଂ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଚିତ୍ରାଙ୍କନରେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଶୁଭମ୍ ବିଷୋୟୀ ପ୍ରଥମ ସ୍ଥାନ, ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ପଞ୍ଚମ ଶ୍ରେଣୀ ଛାତ୍ର ଆଶୁତୋଷ କୁମାର ସ୍ଵାଇଁ ଦ୍ୱିତୀୟ ସ୍ଥାନ ଏବଂ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅର୍ପିତା ନାୟକ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ବକ୍ତୃତା ପ୍ରତିଯୋଗିତାରେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ସୁବ୍ରତ କୁମାର ସ୍ୱାଇଁ ପ୍ରଥମ ସ୍ଥାନ, ଶୁଭଶ୍ରୀ ଗୁରୁ ଦ୍ୱିତୀୟ ସ୍ଥାନ ଏବଂ ପ୍ରତାପ ଲକ୍ଷ୍ମଣ ପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସୋନାକ୍ଷୀ ବିଷୋୟୀ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ବଜାର ପରିକ୍ରମା କରି ସଡ଼କ ସୁରକ୍ଷା ଉପରେ ବିଭିନ୍ନ ସ୍ଲୋଗାନ୍ ଦେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଗାଙ୍ଗପୁର ଥାନାର ପୋଲିସ୍ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା