ମାଲକାନଗିରି,୧୭/୦୩(ପିପିଟି) :ଆଜି ମାଲକାନଗିରି ଜିଲ୍ଲା ଶାଖା ଗାଁ ସାଥି (ମେଟ୍) ସଂଘ କ୍ରିୟାନୁଷ୍ଠାନ କମିଟି ତରଫରୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଛି। ମାଲକାନଗିରି ଜିଲ୍ଲାରେ ଥିବା ଗାଁ ସାଥିମାନେ ମାଲକାନଗିରି ସଦରମହକୁମା ସ୍ଥିତ ସାପ୍ତାହିକ ହାଟ ପାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ବିଭିନ୍ନ ଶ୍ଳୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ଉକ୍ତ ଦାବିଗୁଡିକ ହେଲା ଗାଁ ସାଥି ମାନଙ୍କ ବୟସ ସୀମା କୋହଳ କରିବା ସହିତ +୨ ଶିକ୍ଷା ଗତ ଯୋଗ୍ୟତା ଥିବା ଗାଁ ସାଥି ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା। +୨ ରୁ କମ୍ ଯୋଗ୍ୟତା ଥିବା ଗାଁ ସାଥିମାନଙ୍କୁ ମାନସିକ ପ୍ରୋତ୍ସାହନ ରାଶି ୧୨ ହଜାର ଟଙ୍କାରୁ ଅଧିକା ବୃଦ୍ଧି କରିବା।
ଏହି ଶୋଭା ଯାତ୍ରା ସଂଘର ସମ୍ପାଦକ କର୍ଣ୍ଣ ଦୁରିଆ, ଉପଦେଷ୍ଟା ଘେନୁ ମୁଦୁଲି,ସୁନାଧର ମୁଦୁଲି, କୁନା ବାକା, ପୀତବାସ ହନ୍ତାଳ,ହାଡି କିର୍ସାନୀ,ମାଧବ ମାଡକାମୀ, ଶ୍ୟାମ ପଡିଆମୀ, ଜିତେନ୍ଦ୍ର ଭତ୍ରା,ଘନ ଖରା, ଭୀମସେନ ଖେମୁଡୁ, ରାଜୁ ମାଡକାମୀ ଓ ଗଙ୍ଗ ମାଡି ପ୍ରମୁଖ ବ୍ଳକ ସଭାପତିମାନେ ନେତୃତ୍ବ
ନିର୍ବାହ କରିଥିଲେ। ଏହି ଶୋଭା ଯାତ୍ରାରେ ଏକ ହଜାରରୁ ଉର୍ଦ୍ଧ୍ବ
ଗାଁ ସାଥି ମାନେ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବି କେନ୍ଦ୍ର ଓ ରାଜ୍ୟ ସରକାର ପୂରଣ ନ କଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)