ଗାଁ ପୋଖରୀ ପ୍ରକଳ୍ପ କାର୍ଯ୍ୟ ଅସମ୍ପୂର୍ଣ୍ଣ; ପରିବେଶ ଦୁର୍ଗନ୍ଧମୟ ।

ହିଞ୍ଜିଳିକାଟୁ,୨୫/୦୯(ପିପିଟି): ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜନତା ୨୪ବର୍ଷର ସରକାରକୁ ପରିବର୍ତ୍ତନ କରି ରାଜ୍ୟର ଶାସନ ବ୍ୟବସ୍ଥାକୁ ବଦଳାଇଲେ ମଧ୍ୟ ଏ ପର୍ଯ୍ୟନ୍ତ ବଦଳିନି ଗାଁର ସାଧାରଣଜନତାଙ୍କ ଦୁଃଖ ଆଉ ଦୁର୍ଦ୍ଦଶାକୁ ଭୂଲି ପାରିନାହାଁନ୍ତି I ଯାହା ଫଳରେ ଗ୍ରାମାଞ୍ଚଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମ ଉନ୍ନୟନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଦୃଷ୍ଟିରେ ଆସୁଛି ନା ଜନପ୍ରତିନିଧି ନଜରକୁ ଆଣୁଛନ୍ତି। ତେବେ ନିରୁପାୟ ଜନତା ଭାଗ୍ୟକୁ ଆଦରି ରହିଛନ୍ତି । କେଉଁଠି ରକ୍ଷଣା ବେକ୍ଷଣ ଦାୟିତ୍ଵ ଅଭାବ ରହିଛି ତ କେଉଁଠି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଆସୁଥିବା ସ୍ବଷ୍ଟଚିତ୍ର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକ ଅଞ୍ଚଳରେ ପଡିରହିଥିବା ନେଇ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି । ସ୍ଥାନୀୟ ଗ୍ରାମବାସୀଙ୍କ ସୁଚନାନୁଯାୟୀ ରାଳବ ବରାଡ ସାହି ନିକଟସ୍ଥ ବରାଡ ପୋଖରୀ ଉନ୍ନତି ଓ ସୃଦୁଢ଼ ନେଇ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ରହିଥିବା ବେଳେ ଆର୍ଥିକ ବର୍ଷ ୨୦୨୪-୨୫ରେ ୧୦ ଲକ୍ଷ ଏବଂ ୩ ଲକ୍ଷ ଟଙ୍କାର ଦୁଇ ଦୁଇଟି ସୁଚନାଫଳକ ରହିଛି । ତେବେ ଦୀର୍ଘଦିନ ହେଲା କାର୍ଯ୍ୟ ବନ୍ଦ ବେଳେ ଗ୍ରୀଷ୍ମ ଋତୁରେ ପାଣିର ଅଭାବ ଦେଖାଦେଇଥିବାରୁ ଏହି ପୋଖରୀ ଉପରେ ନିର୍ଭର କରି ଚଳୁଥିବା ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଚାନ୍ଦୁଲି ଆଦର୍ଶ ବନ୍ଧର ପାଣି ଦୂଷିତ ହୋଇ ବହୁ ଦିନ ଧରି ପଙ୍କ ଓ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ଦୁର୍ଗନ୍ଧ ରେ ନାକ ଫାଟି ପଡି ବିଭିନ୍ନ ପ୍ରକାର ରୋଗ ସୃଷ୍ଟିର ସମ୍ଭାବନା ରହିଛି । ଗ୍ରାମବାସୀ ପୂର୍ବରୁ ସଫେଇ କାର୍ଯ୍ଯ ନେଇ ସ୍ଥାନୀୟ ବିଡ଼ିଓଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବା ଅଞ୍ଚଳ ବାସି ସୁତ୍ରରୁ ଜଣାପଡିଛି । ସେହିଭଳି ହିଞ୍ଜିଳି ବ୍ଳକ ଅଧିନରେ ଥିବା ଅନେକ ଗ୍ରାମରେ ଏଭଳି ଚିତ୍ରକୁ ଦେଖି ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ଯାଫଳରେ ୨୪ ବର୍ଷ ବିଜେଡି ଶାସନ ଅମଳର ଗାଁ କୁଜିନେତାଙ୍କ ବିଜେଡି ମୋହ ଛାଡି ନଥିବା ବେଳେ,ଏବେ ବିଜେପି ଛାଲ ପିନ୍ଧି ଅର୍ଥ ଲୁଟିବାକୁ ପ୍ରୟାସ ଜାରି ରହିଥିବା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ଚର୍ଚ୍ଚା ହେଉଛି । ଏଭଳି ପରିସ୍ଥିତି ଗ୍ରାମବାସୀ ସମ୍ମୁଖୀନ ହେଉଥିବା ବେଳେ,ପ୍ରଶାସନିକ ଅଧିକାରୀମାନେ ଏ ପର୍ଯ୍ୟନ୍ତ ଦୃଷ୍ଟିରେ ଆସିନିଥିବା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ନେଇ ସମସ୍ୟା ଉପରେ ସମାଧାନ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

(ରିପୋର୍ଟ- ଅଜିତ୍ କୁମାର ପଟ୍ଟନାୟକ)

Comments (0)
Add Comment