ଗାଁ କଲ୍ୟାଣ ସମିତି ବୈଠକ ।

କୁକୁଡାଖଣ୍ଡି,୦୩/୧୦(ପିପିଟି); କୁକୁଡାଖଣ୍ଡି ବ୍ଲକ ରୋହିଗାଁ ପଞ୍ଚାୟତର ନଳିହାଡ଼ ଗ୍ରାମରେ ବହୁତ ଦିନଧରି ଗାଁ କଲ୍ୟାଣ ସମିତି କମିଟି ହୋଇନଥିବାରୁ ଆସୁଥିବା ସରକାରୀ ଅର୍ଥ ଖର୍ଚ୍ଚ ନହୋଇ ପଡିରହିଥିଲା । ତାହା ଆଜି ସ୍ଥାନୀୟ ଅଙ୍ଗନୱାଡି ଗୃହରେ ଜ୍ଞାନରଂଜନ ଜେନା ସୁପ୍ରଭାଇଜର, ଏଏନଏମ ପଙ୍କଜ ଦିଦି, ଅଙ୍ଗନୱାଡି,ଆଶାକର୍ମୀ, ମହିଳା ସହାୟକ ଗୋଷ୍ଠୀ ଓ ୱାଡ଼ସଭ୍ୟ ଓ ସଭ୍ୟାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏ ଏହି ବୈଠକରେ ଏଏନଏମ ଓ ସୁପରଭାଇଜର କଲ୍ୟାଣ ସମିତି ଗଠନ ଓ ଦାୟିତ୍ୱ ସରକାରଙ୍କ ଆସୁଥିବା ଅର୍ଥ କେଉଁ କେଉଁ କାର୍ଯ୍ୟ ଓ କିପରି ହେବ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ସରକାରଙ୍କ ନିୟମ ଅନୁସାରେ ଗାଁ କଲ୍ୟାଣ ସଭାପତି ଜଣେ ୱାର୍ଡ ସଭ୍ୟ ରହିବାର ବ୍ୟବସ୍ଥା ଥିବାରୁ ୱାଡ଼ସଭ୍ୟା ବିଜୟଲକ୍ଷ୍ମୀ ସ୍ୱାଇଁଙ୍କୁ ସଭାପତି ରୂପେ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ନିଆଗଲା । ଏଥିରେ ସଭ୍ୟରୂପେ ସଜନୀ ସେଠି ଓ ଅଜୟ କୁମାର ସ୍ୱାଇଁ ଙ୍କୁ କମିଟି ସଦସ୍ୟ ରୂପେ ବଛାଗଲା । ଏହିପରି ଅଙ୍ଗନାୱାଡି, ଆଶାକର୍ମୀ ଓ ସଭ୍ୟ, ସଭ୍ୟାଙ୍କୁ ନେଇ ଗାଁ କଲ୍ୟାଣ ସମିତି ପୁନର୍ଗଠନ କରାଗଲା । ଏଥିରେ ଟୁନା ସ୍ୱାଇଁ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Comments (0)
Add Comment