ଗାଁ କଲ୍ୟାଣ ସମିତି ପକ୍ଷରୁ ପଞ୍ଚାୟତବାସୀଙ୍କୁ ମାସ୍କ ସାନିଟାଇଜର ବଣ୍ଟନ ସହ କରୋନା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବ୍ରହ୍ମପୁର,୧୩/୦୬(ପିପିଟି); ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଙ୍ଗିପୁର ପଞ୍ଚାୟତର ଗାଁ କଲ୍ୟାଣ ସମିତି ପକ୍ଷରୁ ପଞ୍ଚାୟତର ୫ଶହ ଲୋକଙ୍କ ପାଇଁ ମାସ୍କ , ସାନିଟାଇଜର, ସାବୁନ ବଣ୍ଟନ କାର୍ଯ୍ୟକ୍ରମ କରୋନା ନିୟମ ମାନି ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ଲୋକଙ୍କୁ ଡକାଇ ସଚେତନତା ସୃଷ୍ଟି କରିବା ପାଇଁ ଏହା ଏକ ଅଭିନବ ପ୍ରୟାସ । କାର୍ଯ୍ୟକ୍ରମରେ ୩୦ଜଣଙ୍କୁ ନୂତନ ବିଭିନ୍ନ ଭତ୍ତା ବଣ୍ଟନ ସହିତ ୨୦ ଜଣ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହା ସହିତ ବ୍ଲକ ର ଯେଉଁ ଲୋକ କୋଭିଡ ରେ ମୁର୍ତ୍ୟୁ ବରଣ କରିଥିଲେ ସେମାନଙ୍କ ପରିବାର ନିକଟକୁ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁଦାନ ପାଣ୍ଠିରୁ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏଥି ମଧ୍ୟରୁ କୋଠାର ସିଂ ପଞ୍ଚାୟତ ଅନ୍ତର୍ଗତ ମାଣିକପୁର , କେଳୁଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କେଳୁଆପଲ୍ଲୀ , ଗୁଣପୁର, କନିସି ପଞ୍ଚାୟତର ଅନ୍ତର୍ଗତ ଖଟେଇ କୋଲନୀ, ହଳଦିଆ ପଦର ପଞ୍ଚାୟତ ଅନ୍ତର୍ଗତ ହଳଦିଆପଦର , ଭାବିନିପୁର , ଲୁହାଝର , ଗୋଳାବନ୍ଧର ଜଣେ ଲେଖାଏଁ କରାପଲ୍ଲୀ ଦୁଇଜଣ ପରିବାରଙ୍କୁ କୋଭିଡ ମୃତ ହୋଇ ଥିବା ଦଶ ଜଣ ପରିବାର ଙ୍କୁ ୧୦ହଜାର ଲେଖାଏଁ ସହାୟତାରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ରଙ୍ଗେଇଲୁଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର , ବ୍ଲକ ଅଧକ୍ଷା ସି .ଏଚ. ଉଷାରାଣୀ , ବ୍ଲକ ଉପାଧ୍ୟକ୍ଷ ଅଜିତ ଦାଶ , ଜିଲ୍ଲା ପରିଷଦ ସଭ୍ୟ ଶଶୀଭୂଷଣ ମହାନ୍ତି , ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଶ୍ରୀ ଦଳାଇ , ସମନ୍ବିତ ଶିଶୁ ବିକାଶ ଅଧିକାରୀ ଜୋଛନ୍ନା ପାଢ଼ୀ , ବ୍ଲକ ଓଏସଡ଼ି ପ୍ରତାପ ପଟ୍ଟନାୟକ , ବ୍ଲକ ସହକାରୀ ଯନ୍ତ୍ରୀ ପଞ୍ଚାନନ ପ୍ରଧାନ , ଅଙ୍ଗନୱାଡ଼ି ସୁପ୍ରଭାଇଜର ସୌଦାମିନୀ ସାହୁ , ରଙ୍ଗିପୁର ସରପଞ୍ଚ ରଶ୍ମିତା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment