ଗାଁକୁ ସ୍ଥାୟୀ ରାସ୍ତା ନହେବା ଯାଏ, ବାନ୍ଧିବେନି ଇଲେଟ୍ରି ବିଲ କି ଆଣିବେନି ରାସନ ଓ ଭତ୍ତା ।

ଶେରଗଡ,୧୯/୦୬(ପିପିଟି); ସହରାଞ୍ଚଳ ରୁ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ପାଇଁ ରାଜକୋଷରୁ ସରକାର ଖର୍ଚ୍ଚ କରୁଛନ୍ତି ଲକ୍ଷାଧିକ ଟଙ୍କା କିନ୍ତୁ ଗାଁକୁ ନାହିଁ ସ୍ଥାୟୀ ରାସ୍ତା। ଲୋକେ ପାଇ ପାରୁନାହାଁନ୍ତି ସରକାରଙ୍କ ଜରୁରୀ କାଳୀନ ସେବା।ଏଭଳି ଘଟଣା ଘଟିଛି ଗଞ୍ଜମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ କଣଭାଗ ଗାଁରେ। ଗାଁକୁ ତିନି ପଟୁ ଯିବାକୁ ରାସ୍ତା ରହିଥିଲେ ମଧ୍ୟ ପଡୋଶୀ ଗାଁର ଲୋକେ ରାସ୍ତା ଛାଡୁନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି । ଗାଁକୁ ସ୍ଥାୟୀ ରାସ୍ତା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପଯ୍ୟନ୍ତ ଧାଇଁ ଧାଇଁ ନାୟନ୍ତ ହେଲେଣି ଲୋକେ। ହେଲେ ସମସ୍ତେ ନିରବ ଦ୍ରଷ୍ଟା। ଏବେ ଲୋକେ ଗାଁ କୁ ସ୍ଥାୟୀ ରାସ୍ତା ନ ଦେଲେ ଇଲେଟ୍ରି ବିଲ ପୈଠ କରିବେ ନାହିଁ କି ରାସନ କିମ୍ବା ଭତ୍ତା ଆଣିବେ ନାହିଁ ବୋଲି ଅଭିଯୋଗ କରିଛନ୍ତି। ତେଣୁ ଏବେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।ଏହା ର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନ ରେ ଭୋଟ ବର୍ଜନ ଓ ରାସ୍ତା ରୋକ କରିବେ ବୋଲି କହିଛନ୍ତି ଗ୍ରାମ ବାସୀ।ଏଥିପ୍ରତି ଫାଇବଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ମହାପାତ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ ମହଲରେ ଦାବି ହେଉଛି ।

(ରିପୋର୍ଟ – ଭିକୁ ନାୟକ। )

Comments (0)
Add Comment