ସିମୁଳିଆ,୧୬/୦୧:ବାଲିଖଣ୍ଡର ଜୈନିକ ଗହଣା ବ୍ୟବସାୟୀ ଦୋକାନ ବନ୍ଦ କରି ଘରକୁ ଫେରିବା ବାଟରେ ଦୁର୍ବୁତ୍ତ ମାନେ ଲୁଟିନେଲେ ସୁନା ଗହଣା । ସୁଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମର ମାଧ ବାରିକଙ୍କ ପୁଅ ଅକ୍ଷୟ ବାରିକ ସିମୁଳିଆ ଥାନାରେ ଅଭିଯୋଗ ଅନୁଯାୟୀ ବୁଧୁବାର ରାତିରେ ବାଲିଖଣ୍ଡ ବଜାରରୁ ଗହଣା ଦୋକାନ ବନ୍ଦ କରି ସାଥିରେ ସୁନା ଗହଣା ଧରି ବାଇକ ଯୋଗେ ଘରକୁ ଫେରୁଥିଲେ। ଫେରିବା ବାଟରେ ତେଲିପଡ଼ିଆ ଛକ ନିକଟରେ ଦୁଇଟି ବାଇକ ପିଛା କରି ଆସି ଏକ ଲୁହା ରଡ଼ରେ ମୁଣ୍ଡକୁ ପ୍ରହାର କରିଥିଲେ । ତାଙ୍କ ନିକଟରେ ଥିବା ୧୦୦ଗ୍ରାମର ସୁନାର ଅଳଙ୍କାର,ଏକ କିଲୋ ରୁପାର ଅଳଙ୍କାର ଓ ନଗଦ ୪୦ହଜାର ଟଙ୍କା ଲୁଟି ନେଇ ପଳାଇ ଯାଇଥିଲେ। ଏ ସଂକ୍ରାନ୍ତରେ ଅକ୍ଷୟ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।