ଗର୍ଭଣୀପଡ଼ା ସେବା ସମବାୟ ସମିତି ଆଗରେ ଆମରଣ ଅନଶନରେ ବସିଛନ୍ତି ଚାଷୀ ।

ବୋଲଗଡ଼,୧୧/୦୩(ପିପିଟି),ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି ର ମଣ୍ଡୀରେ ଧାନ ଉଠିବା ର ସମସ୍ୟା ଦେଖାଦେଇଛି। ଗତ ମାର୍ଚ୍ଚ ୧ ତାରିଖ ସୋମବାର ଦିନ ଗଭଣୀପଡ଼ା ସେବା ସମବାୟ ସମିତିର ଚାଷୀ ମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଧାନ ମଣ୍ଡୀରୁ ଧାନ ନ ଉଠିବା ରୁ ଲିଖିତ ଭାବେ ଅଭିଯୋଗ କରିବା ସହିତ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଗର୍ଭଣୀପଡା ସେବା ସମବାୟ ସମିତିର ମଣ୍ଡୀରେ ୫୧୪ଜଣ ଚାଷୀଙ୍କ ନାମ ପଞିକରଣ କରିଥିଲ ମଧ୍ଯ ଫେବୃଆରୀ ୧୦ ତାରିଖ ସୁଦ୍ଧା ୩୮୫ଜଣ ଚାଷୀଙ୍କ ଠାରୁ ୧୫ହଜାର ଧାନ କ୍ରୟ କରାଯାଇଛି, ଅବଶିଷ୍ଟ ୧୨୯ ଜଣ ଚାଷୀ ମଣ୍ଡୀରେ ଧାନ ବିକ୍ରୟ କରି ପାରୁ ନାହାଁନ୍ତି। ମାତ୍ର ଧାନ ମଣ୍ଡୀରେ ୨୧୫୦୦ କୁଇଣ୍ଟାଲ ଧାନ କ୍ରୟ କରିବାକୁ ଧାର୍ଯ୍ୟ କରାଯାଇଥିଲେ ମଧ୍ଯ ୧୫ହଜାର ଧାନ କ୍ରୟ କରାଯାଇଛି। ଅବଶିଷ୍ଟ ୬୧୦୮ କୁଇଣ୍ଟାଲ ବଳକା ଧାନ କ୍ରୟ କରାଗଲେ ଚାଷୀ ମାନେ ଉପକୃତ ହେବେ। ନହେଲେ ଆଗାମୀ ମଙ୍ଗଳବାର ୯ ତାରିଖରେ ଚାଷୀ ମାନେ ଆମରଣ ଅନଶନ କରିବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇ ଥିଲେ। ଦୀର୍ଘ ଏକ ସପ୍ତାହ ବିତିଯାଇଥିଲେ ମଧ୍ଯ ସେବା ସମବାୟ ସମିତି ଆଗରେ ହଜାର ହଜାର ଧାନ ବସ୍ତା ପଡି ରହି ଖରା କାକର ରେ ଅଛି। ତେଣୁ ସରକାର ଚାଷୀଙ୍କ ଅଭିଯୋଗ ନ ଶୁଣିବାରୁ ଗତ ୯ ତାରିଖ ଠାରୁ ସେବା ସମବାୟ ସମିତି ଆଗରେ ବାଙ୍କୋଇ ଦେଶ, ରାମଚନ୍ଦ୍ରପୁର, ସାନ ବଙ୍କୋଇ ପାଟଣା, ନରସିଂହ ପୁର,ଗର୍ଭଣୀପଡା, ବେଣାଗାଡିଆ, ବେଣାଗାଡିଆ ପାଟଣା, ଢୋଲପଥର ଗ୍ରାମର ଚାଷୀ ମାନେ ଆମରଣ ଅନଶନ କରି ଧାରଣାରେ ବସିଛନ୍ତି। ଚାଷୀ ମାନେ ଲକ୍ଷ୍ମଣ ଭୋଳ, ଅରୁଣ ଛୋଟରାୟ, ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ରମେଶଚନ୍ଦ୍ର ବରାଡ଼, ଚିତ୍ତରଞ୍ଜନ ହରିଚନ୍ଦନ, ବିଷ୍ଣୁ ଦିପ୍ତ ଉତ୍ତର କବାଟ, ବୈକୁଣ୍ଠ କହଲସିହଁ, ପୁଣ୍ଣ ଚନ୍ଦ୍ର ଉତ୍ତର କବାଟ ପ୍ରମୁଖ ବହୁ ଚାଷୀ ଦୀର୍ଘ ତିନି ଦିନ ଧରି ଧାରଣାରେ ବସିଛନ୍ତି। ଦୁଇଜଣ ଚାଷୀଙ୍କ ସ୍ବାସ୍ଥ୍ଯ ଅବସ୍ଥା ସଂକଟାପନ୍ନ ହୋଇ ଥିବାର ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ଆହ୍ବାନ ଦେଇଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment